ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ(Mamita Meher Murder Case) ଘଟଣାରେ କାହିଁକି ତଦନ୍ତ କରୁନାହିଁ ସ୍ପେଶାଲ ଇନଭେଷ୍ଟିଗେସନ ୱିଙ୍ଗ (Special Investigation Wing) । ପ୍ରଶ୍ନ ଉଠାଇଲେ ବିଜେପି ବିଧାୟିକା କୁସୁମ ଟେଟେ ।
ସ୍ପେଶାଲ ୱିଙ୍ଗ କୁଆଡେ ଗଲା, ପଚାରିଲା ରାଜ୍ୟ ବିଜେପି ରାଜ୍ୟରେ ମହିଳା ବିରୋଧୀ ଅପରାଧ ପାଇଁ ଜାନୁଆରୀ 2021 ରେ ରାଜ୍ୟ ସରକାର ଗଠନ କରିଥିଲେ ଏକ ସ୍ପେଶାଲ ୱିଙ୍ଗ। ଯାହାର ମୁଖ୍ୟ ଭାବେ ଆଇପିଏସ(IPS) ଏସ ସାଇନୀଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର ।
ସ୍ପେଶାଲ ୱିଙ୍ଗ କୁଆଡେ ଗଲା, ପଚାରିଲା ରାଜ୍ୟ ବିଜେପି ତେଣୁ ମମିତା ମେହେର ଘଟଣାରେ ଏହି ସ୍ବତନ୍ତ୍ର ୱିଙ୍ଗ ତଦନ୍ତ କରିବା କଥା । କିନ୍ତୁ ଏହି ୱିଙ୍ଗ ତଦନ୍ତ କରୁନାହିଁ । ଏନେଇ ରାଜ୍ୟ ପୋଲିସ ଏକାଡେମୀରେ ବିଜେପି ମହିଳା ମୋର୍ଚ୍ଚା ସଭାପତି (Odisha bjp Mahila Morcha President) ସ୍ମୃତି ପଟ୍ଟନାୟକ ଏବଂ ବିଧାୟକ କୁସୁମ ଟେଟେ ସରକାର ଗଠନ କରିଥିବା ସ୍ପେଶାଲ ୱିଙ୍ଗ ମୁଖ୍ୟ ଏସ ସାଇନିଙ୍କୁ ସାକ୍ଷାତ କରି ପଚାରିଛନ୍ତି । ହେଲେ ସେ କୌଣସି ତଦନ୍ତ କରୁନଥିବା କହିଥିବା କହିଛନ୍ତି ବିଧାୟିକା କୁସୁମ ଟେଟେ । ତେଣୁ ମୁଖ୍ୟମନ୍ତ୍ରୀ ମିଛ କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସୁମ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ