ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜି(ରବିବାର) ସନ୍ଧ୍ୟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଅମିତ ଶାହଙ୍କ ଓଡ଼ିଶାରେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର । ସେ କହିଛନ୍ତି ଯେ, "ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏହାପରେ ସେ ରାଜଧାନୀରେ ରାତ୍ରି ଯାପନ କରିବେ । ସୋମବାର ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରକୁ ଯିବେ । ଏହାପରେ କଟକ ଗସ୍ତ କରି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ଭୁବନେଶ୍ବର ପାର୍ଟି ଅଫିସ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ହରଘର ତ୍ରିରଙ୍ଗାକୁ ନେଇ ଏକ ଅଭିଯାନ ଆରମ୍ଭ ହେବ ।"