ଓଡିଶା

odisha

ETV Bharat / city

ନିର୍ବାଚନ ଆଚରଣବିଧି ଉଲଙ୍ଘନ କରିଥିବା ଅଭିଯୋଗ ଆଣିଲା ରାଜ୍ୟ ବିଜେପି - ବିଜେଡି ବିରୋଧରେ ଅଭିଯୋଗ କଲା ବିଜେପି

ପୁଣି ଥରେ ବିଜୁଜନତା ଦଳ ନିର୍ବାଚନ ଆଚରଣବିଧି ଉଲଙ୍ଘନ କରିଥିବା ଅଭିଯୋଗ ଆଣିଲା ରାଜ୍ୟ ବିଜେପି । 6 ଜଣିଆ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ନିର୍ବାଚନ ଆଚରଣବିଧି ଉଲଙ୍ଘନ କରିଥିବା ଅଭିଯୋଗ ଆଣିଲା ରାଜ୍ୟ ବିଜେପି
ନିର୍ବାଚନ ଆଚରଣବିଧି ଉଲଙ୍ଘନ କରିଥିବା ଅଭିଯୋଗ ଆଣିଲା ରାଜ୍ୟ ବିଜେପି

By

Published : Jan 30, 2022, 9:13 PM IST

ଭୁବନେଶ୍ବର: ପୁଣି ଥରେ ବିଜୁ ଜନତା ଦଳ ନିର୍ବାଚନ ଆଚରଣବିଧି ଉଲଙ୍ଘନ କରିଥିବା ଅଭିଯୋଗ ଆଣିଲା ରାଜ୍ୟ ବିଜେପି । 6 ଜଣିଆ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ, ଲୋକଙ୍କ ଅର୍ଥରେ ହେଉଥିବା ସରକାରୀ କାର୍ଯ୍ୟକୁ ଦଳୀୟ ନାଁରେ ପ୍ରଚାର କରୁଛି ବିଜେଡି । ଏନେଇ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ପ୍ରକାଶ କରାଯାଇଛି ହେଲେ, ଏହା ଖୋଲାଖୋଲି ଭାବେ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ହୋଇଛି ।

ଏହା ବିରୋଧରେ ନିରପେକ୍ଷ ଭାବେ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟନୁଷ୍ଠାନ ନେବାକୁ ଦଳ ଦାବି କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ଆରମ୍ଭରୁ ଶାସକ ଦଳ ବାରମ୍ବାର ଆଦର୍ଶ ଆଚରଣବିଧି ଉଲଙ୍ଘନ କରୁଛି । ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେଲେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ । ଅନ୍ତତଃ ନିଜ ପଦବୀର ଗାରିମା ରଖି ନିର୍ବାଚନ ଆୟୋଗ ଏଭଳି ଘଟଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ହେବ । ଯଦି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ଆଗାମୀ ଦିନରେ ଦଳ କୋର୍ଟକୁ ଯିବ ବୋଲି ଚେତାବନୀ ଦେଇଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details