ଭୁବନେଶ୍ବର: ରାଜ୍ୟରେ ରେଳପଥର ବିକାଶ ଦିଗରେ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଦୀର୍ଘ ୨୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହୋଇପାରୁନି । ଜମି ଅଧିଗ୍ରହଣ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହେଉନି । ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ ।
ରେଲୱେ ଉନ୍ନୟନରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: ସୁର - ଓଡ଼ିଶାର ରେଳ ପ୍ରକଳ୍ପ
ରାଜ୍ୟରେ ରେଳପଥର ବିକାଶ ଦିଗରେ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଦୀର୍ଘ ୨୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହୋଇପାରୁନି । ଅଧିକ ପଢ଼ନ୍ତୁ...
ରେଳ ପ୍ରକଳ୍ପ ପାଇଁ ୩୨୦୦ ହେକ୍ଟର ଜମି ମଗାଯାଇଥିଲା ହେଲେ ରାଜ୍ୟ ସରକାର ୧୯୭୬ ହେକ୍ଟର ଜମି ଦେଇଛନ୍ତି । ପରିବେଶ ବିଭାଗ ପକ୍ଷରୁ ମଧ୍ୟ ମଞ୍ଜୁରୀ ମିଳି ପାରିନାହିଁ । ଏଥିପାଇଁ ୮ଟି ପ୍ରକଳ୍ପ ଆଗେଇ ପାରୁନି । ସମ୍ବଲପୁରରୁ ତାଳଚେର, ତାଳଚେରରୁ ବିମାଲଗଡ଼, କଂସପାଣିରୁ ଟମକା ପର୍ଯ୍ୟନ୍ତ ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।
କେନ୍ଦ୍ର ସରକାର ଏହି ପ୍ରକଳ୍ପ ପ୍ରତି ଉତ୍ସାହ ଦେଖାଇଥିବା ବେଳେ ରାଜ୍ୟ ସରକାରଙ୍କ କେଉଁଠି ନା କେଉଁଠି ଆନ୍ତରିକତା ଅଭାବ ଯୋଗୁଁ ରାଜ୍ୟରେ ରେଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ