ଭୁବନେଶ୍ବର: ଗ୍ରାହକଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଯୋଗାଇ ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦେଶ ସ୍ଵାଧୀନ ହେବା ପୂର୍ବରୁ ବିଭିନ୍ନ ନାମରେ ରହି କାର୍ଯ୍ୟ କରୁଥିବା ଏହି ବ୍ୟାଙ୍କ 1955 ମସିହାରେ ଏକିକୃତ ହୋଇଥିଲା । ଆଉ ଷ୍ଟେଟ ବ୍ୟାଙ୍କ ଭାବେ ପରିଚିତ ହୋଇଥିଲା । ଯାହାର 64 ତମ ପ୍ରତିଷ୍ଠା ଦିବସକୁ ବ୍ୟାଙ୍କ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଦିବସ ଭାବେ ପାଳନ କରାଯାଉଛି ।
ଜୁଲାଇ 1ରେ ବ୍ୟାଙ୍କର 64 ତମ ପ୍ରତିଷ୍ଠା ଦିବସକୁ ଷ୍ଟେଟ ବ୍ୟାଙ୍କ ଦିବସ ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ୟାଙ୍କ ମହାପ୍ରବନ୍ଧକ ଦ୍ଵିତୀୟ ବିଜୟ କୁମାର କୁଜୁର ଉଦଘାଟନ କରିଥିବାବେଳେ ଅନ୍ୟତମ ମହାପ୍ରବନ୍ଧକ ସିଏଲ ଏନ ଚରାଇଲୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।