ଓଡିଶା

odisha

ETV Bharat / city

ଜେଏନୟୁ ସମର୍ଥନରେ AISF, ଫି ବୃଦ୍ଧି ଘଟଣାରେ ପ୍ରତିବାଦ - ଜେଏନୟୁ ସମର୍ଥନରେ AISF

ଜେଏନୟୁ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛି ରାଜ୍ୟ AISF । ବିଶ୍ବବିଦ୍ୟାଳୟରେ ଫି ବୃଦ୍ଧି ଘଟଣାକୁ ବିରୋଧ କରିଥିବା ବେଳେ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛି ଦଳ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 23, 2019, 7:24 PM IST

ଭୁବନେଶ୍ବର: ରାଜଧାନୀରେ ଦେଖିବାକୁ ମିଳିଛି ଜେଏନୟୁ ତାତି । ଛାତ୍ରଛାତ୍ରୀଙ୍କ ବିଭିନ୍ନ ଫି ବୃଦ୍ଧି ଘଟିବା, ଏବଂ ଏହାର ପ୍ରତିବାଦରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ପ୍ରତିବାଦରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଇଣ୍ଡିଆ ଷ୍ଟୁଟେଣ୍ଡ ଫେଡେରେସନ (AISF)।

ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ହୋଇଥିବାବେଳେ ସମସ୍ତଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଆବଶ୍ୟକତାକୁ କୁଠାର ଘାତ ହୋଇଥିବା କହିଛନ୍ତି ବିକ୍ଷୋଭକାରୀ । ପିଏମ ମୋଦିଙ୍କ ନେତୃତ୍ଵାଧୀନ ଫାସିଵାଦୀ ଵିଜେପି ସରକାର ଶିକ୍ଷା ନାମରେ ବେପାର କରୁଛି। ଅସୁମାରୀ ଲୋଭ ପାଇଁ ଉନ୍ମୁକ୍ତ କରିଛନ୍ତି ବୋଲି ଛାତ୍ରସଂଘ ପକ୍ଷରୁ କୁହାଯାଇଛି ।

ଜେଏନୟୁ ସମର୍ଥନରେ AISF, ଫି ବୃଦ୍ଧି ଘଟଣାରେ ପ୍ରତିବାଦ

ଜେଏନୟୁରେ ସରକାର ଫି ଵୃଦ୍ଧିରେ ସଫଳ ହେଲେ ଵାକି ସଵୁଆଡେ ସଫଳ ହେଵ ଏଵଂ ଦେଶର ଆର୍ଥିକ ଓ ସାମାଜିକ ଦୁର୍ଵଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଅସମ୍ଭଵ ହୋଇ ପଡିଵ ବୋଲି AISFର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି।

ଭୁବନେଶ୍ବରରୁ ଶରତୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details