ଓଡିଶା

odisha

ETV Bharat / city

6 ହଜାର ଚାଷୀଙ୍କୁ ନୂତନ ଜ୍ଞାନକୌଶଳ ବାଣ୍ଟିଲା ରାଜ୍ୟ କୃଷି ବିଭାଗ - ପୋଷଣ ଜାତୀୟ ଖାଦ୍ୟ ଉତ୍ପାଦନ

ବିଶ୍ବ ଖାଦ୍ୟ ଦିବସରେ ଖାଦ୍ୟ ଓ ପୋଷଣକୁ ନେଇ ରାଜ୍ୟ କୃଷି ବିଭାଗ ଏକ ଆଲୋଚନା ଚକ୍ର କରିଛି । ମାଣ୍ଡିଆ ଚାଷର ଉତ୍ପାଦନ ବୃଦ୍ଧି କରିବା ପାଇଁ 6 ହଜାର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରିଛି ରାଜ୍ୟ କୃଷି ବିଭାଗ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Oct 16, 2019, 11:06 PM IST

ଭୁବନେଶ୍ବର: ରାଜ୍ୟ କୃଷି ବିଭାଗ 6 ହଜାର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରିଛି ।

ବିଶ୍ବ ଖାଦ୍ୟ ଦିବସ ଅବସରରେ ରାଜ୍ୟ କୃଷି ବିଭାଗ ଦ୍ବାରା ପୋଷଣକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଓ ପୋଷଣ ଅଭାବକୁ ଦୂର କଲେ ଶିଶୁମାନଙ୍କ ପୋଷଣର ମାତ୍ରା ବୃଦ୍ଧି ପାଇବ । ଏହା ସହ କିପରି ଚାଷୀ ମାନେ ମାତ୍ରାଧିକ ପରିମାଣରେ ପୋଷଣ ଜାତୀୟ ଖାଦ୍ୟ ଉତ୍ପାଦନ କରିବେ ଏହା ଉପରେ ଆଲୋଚନା ହୋଇଥିଲା ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ବିଭିନ୍ନ ଜିଲ୍ଲାରୁ ଆସିଥିବା କୃଷକମାନଙ୍କୁ ଚାଷ ପଦ୍ଧତିରେ ନୂତନ ଜ୍ଞାନ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ମାଣ୍ଡିଆ ଚାଷର ଉତ୍ପାଦନ ବୃଦ୍ଧି କରିବା ପାଇଁ 6 ହଜାର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରିଛି ରାଜ୍ୟ କୃଷି ବିଭାଗ ।

ଏହି ସଭାରେ ଓଡିଶା ବାହାରୁ ଅନେକ ବିଶେଷଜ୍ଞ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details