ଓଡିଶା

odisha

ETV Bharat / city

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସମ୍ବନ୍ଧରେ ଗାଡି ମାଲିକଙ୍କ ପାଇଁ ଜରୁରୀ ସୂଚନା ଜାରି - ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସମ୍ବନ୍ଧରେ ପରିବହନ ବିଭାଗର ସୂଚନା

ରାଜ୍ୟ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ବନ୍ଧରେ ଗାଡି ମାଲିକଙ୍କ ପାଇଁ ଏକ ସୂଚନା ଜାରି କରିଛନ୍ତି । କେଉଁ ଗାଡି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଆବଶ୍ୟକ ଓ କାହା ପାଇଁ ନୁହେଁ ସେନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ରାଜ୍ୟ ପରିବନ ବିଭାଗ ।

ଫାଇଲ ଫଟୋ

By

Published : Sep 14, 2019, 2:57 AM IST

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ-2019 । ସେବେଠାରୁ ବାହନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଗାଡିମାନଙ୍କର ଲାଗୁଛି ଲମ୍ବା ଧାଡି । ଲୋକେ ନିଜ ନିଜ ଯାନବାହନ ଧରି ପ୍ରଦୂଷଣ ଯାଞ୍ଚ କରିବାକୁ ପହଞ୍ଚୁଛନ୍ତି । ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଅସାଧୁ ଉପାୟରେ ଲୋକଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ପରେ ସରକାର ଚେତିଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ବନ୍ଧରେ ଗାଡି ମାଲିକଙ୍କ ପାଇଁ ଏକ ସୂଚନା ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେଉଁ ଗାଡି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଆବଶ୍ୟକ, କାହା ପାଇଁ ନୁହେଁ ଦରକାର ସେନେଇ ସ୍ପଷ୍ଟ କରିଛନ୍ତି । ଇଲେକ୍ଟ୍ରିକ ଯାନ ତଥା ପଞ୍ଜୀକରଣ ତାରିଖଠାରୁ ଏକ ବର୍ଷ ମଧ୍ୟରେ କୌଣସି ଗାଡି ପାଇଁ ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ୍ (PUCC) ଆବଶ୍ୟକ ନାହିଁ । କିନ୍ତୁ ଏକ ବର୍ଷ ପରେ ଏହି ପ୍ରମାଣପତ୍ର ବାଧ୍ୟତାମୂଳକ ଅଟେ। ତେଣୁ ସରକାରଙ୍କର ସ୍ବୀକୃତିପ୍ରାପ୍ତ ଯାଞ୍ଚ କେନ୍ଦ୍ରରୁ ପ୍ରମାଣପତ୍ର ହାସଲ କରି ଚାଲାଣରୁ ବଞ୍ଚନ୍ତୁ ବୋଲି ସୂଚନା ଦିଆଯାଇଛି ।

ସେହିପରି ଦୁଇ ଓ ତିନି ଚକିଆ ଯାନକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ 60 ଟଙ୍କା (ଜିଏସ୍‌ଟିକୁ ଛାଡି), ହାଲକା ମୋଟର ଯାନ ପାଇଁ 100 ଟଙ୍କା, ମଧ୍ୟମ ଓ ଭାରି ମୋଟର ଯାନ ପାଇଁ 150 ଟଙ୍କା ଦେୟ ରଖାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details