ଓଡିଶା

odisha

ETV Bharat / city

‘ଦଳ ପାଇଁ କାମ କରୁଥିଲି, ଆଗକୁ ମଧ୍ୟ କରିବି’ - ELECTION

ପୁଣି ବିଜେପିର ଷ୍ଟାର ପ୍ରଚାରକ ଭାବେ ଶ୍ରୀତମ ଦାସ କାମ କରିବେ। ଦୀର୍ଘ ବର୍ଷ ହେଲା ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଭାବେ ସେ କାମ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଅନୁସରଣ କରି କାମ କରୁଛି ଆଗକୁ ମଧ୍ୟ କରିବି ବୋଲି କହିଛନ୍ତି ଶ୍ରୀତମ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Apr 5, 2019, 9:45 PM IST

ଭୁବନେଶ୍ବର: ଆଗକୁ ନିର୍ବାଚନ। ତାକୁ ନେଇ ଏବେ ସରଗରମ ରାଜନୀତି। ଏପଟେ ପ୍ରଚାର ପାଇଁ ବିଭିନ୍ନ ଦଳ ଆପଣାଉଛି ବିଭିନ୍ନ ଉପାୟ। ଆଉ ଷ୍ଟାର ପ୍ରଚାରକ ମଧ୍ୟ ଦଳ ପାଇଁ କରୁଛନ୍ତି ପ୍ରଚାର । ତେବେ ଅଭିନେତାରୁ ବିପେଜିର ଷ୍ଟାର ପ୍ରଚାରକ ସାଜିଥିବା ଶ୍ରୀତମ ଦାସଙ୍କ ସହ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଆଲୋଚନା।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଦୀର୍ଘ ବର୍ଷ ହେଲା ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଭାବରେ କାମ କରି ଆସୁଛନ୍ତି ସେ। ଆଉ ଚଳିତ ବର୍ଷ ନିର୍ବାଚନରେ ମଧ୍ୟ ସେ ଷ୍ଟାର ପ୍ରଚାରକ ରୂପରେ କାମ କରିବେ ବୋଲି ଦଳ ନିଷ୍ପତ୍ତି ନେଇଛି ।

ଏହା ସହ ଶ୍ରୀତମ କହିଛନ୍ତି ମୁଁ ଟିକେଟ ପାଇଁ ଆଶାୟୀ ନଥିଲି। କିନ୍ତୁ ମୋର ସମର୍ଥକ ମାନେ ଟିକଟ ପାଇଁ ଆଶା ବାନ୍ଧିଥିଲେ। ସମସ୍ତଙ୍କ ସହ ସବୁ ସମୟରେ ରହିଆସିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଅନୁସରଣ କରି କାମ କରୁଛି । ବୋଧ ହଏ ମୁଁ ଏହି ସ୍ଥାନ ପାଇଁ ଫିଟ। ସେଥିଲାଗି ମୋତେ ଏହି ସ୍ଥାନରେ ରଖାଯାଇଛି। ଚଳିତ ନିର୍ବାଚନରେ ଟିକଟ ମିଳିନାହିଁ ସତ, ମୁଁ ଷ୍ଟାର ପ୍ରଚାରକ ଭାବେ ଏଥର ବି କାମ କରିବି ବୋଲି କହିଛନ୍ତି ଶ୍ରୀତମ ଦାସ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details