ଓଡିଶା

odisha

ETV Bharat / city

ବାଚସ୍ପତିଙ୍କ ଚିରାଚରିତ ଜବାବ, ସମସ୍ତ ଦିଗରୁ ଅନୁଧ୍ୟାନ ପରେ ଡାକିବି କମିଟି ବୈଠକ - Srimandir parikrama project row

ବାଚସ୍ପତି କହିଛନ୍ତି, ବିଧାନସଭା ନିର୍ଦ୍ଦେଶରେ ଗୃହ କମିଟି ଗଠନ ହୋଇଛି । ଏହା ମଧ୍ୟରେ ଶ୍ରୀମନ୍ଦିର ନେଇ ହୋଇଥିବା ମାମଲା ଏବେ ହାଇକୋର୍ଟରେ ବିଚାରଧୀନ ଅଛି । ASI ସତ୍ୟପାଠ ମାଧ୍ୟମରେ ସମସ୍ତ ତଥ୍ୟ ହାଇକୋର୍ଟ ନକଟରେ ଉପସ୍ଥାପନ କରିଛି । ଅଧିକ ପଢନ୍ତୁ

ବାଚସ୍ପତିଙ୍କ ଚିରାଚରିତ ଜବାବ
ବାଚସ୍ପତିଙ୍କ ଚିରାଚରିତ ଜବାବ

By

Published : May 11, 2022, 10:10 PM IST

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବାର ନାଁ ନେଉନାହିଁ । ମାମଲା ହାଇକୋର୍ଟରେ ପହଁଚିଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଠନ ହୋଇଥିବା କମିଟି ବୈଠକ ବସୁନି କି ପୁରୀ ଗସ୍ତ କରୁନି । ଏନେଇ ବାଚସ୍ପତିଙ୍କୁ ଟାର୍ଗେଟ କରୁଛନ୍ତି କମିଟି ସଦସ୍ୟ । ବାଚସ୍ପତି ସୂର୍ଯ୍ୟ ନାରାୟଣ ସରକାରଙ୍କ ଚାପରେ ଚେପା ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ହେଲେ ବାଚସ୍ପତି ଚିରାଚରିତ ଢଙ୍ଗରେ ଜବାବ ରଖୁଛନ୍ତି । ସମସ୍ତ ଦିଗରୁ ଅନୁଧ୍ୟାନ ପରେ କମିଟି ବୈଠକ ଡାକିବି ବୋଲି ବାଚସ୍ପତି କହିଛନ୍ତି ।

ବାଚସ୍ପତିଙ୍କ ଚିରାଚରିତ ଜବାବ, ସମସ୍ତ ଦିଗରୁ ଅନୁଧ୍ୟାନ ପରେ ଡାକିବି କମିଟି ବୈଠକ

ବାଚସ୍ପତି କହିଛନ୍ତି ଯେ, ବିଧାନସଭା ନିର୍ଦ୍ଦେଶରେ ଗୃହ କମିଟି ଗଠନ ହୋଇଛି । ଏହା ମଧ୍ୟରେ ଶ୍ରୀମନ୍ଦିର ନେଇ ହୋଇଥିବା ମାମଲା ଏବେ ହାଇକୋର୍ଟରେ ବିଚାରଧୀନ ଅଛି । ASI ନିଜର ତଥ୍ୟ ସତ୍ୟପାଠ ଜରିଆରେ ହାଇକୋର୍ଟ ନକଟରେ ଉପସ୍ଥାପନ କରିଛି । ତେଣୁ ଜଣେ ବାଚସ୍ପତି ଭାବେ ମୋର କର୍ତ୍ତବ୍ୟ ହେଉଛି ଆଇନ ବିଭାଗର ସର୍ବୋଚ୍ଚ ଅଦାଲତଙ୍କୁ ସମ୍ମାନ କରିବା । ମାମଲା ଉଚ୍ଚ ନ୍ୟାୟାଳୟରେ ଥିବାରୁ ସବୁ ଦିଗ ପ୍ରତି ଅନୁଧ୍ୟାନ କରୁଛି । ଅନୁଧ୍ୟାନ କରିବା ପରେ କମିଟି ବୈଠକ ଡାକିବା ନେଇ ନୀତିଗତ ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି ।

ଗତ ବଜେଟ ଅଧିବେଶନ ବେଳେ ବିରୋଧୀଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟ ସରକାର ଏହି 8 ଜଣିଆ କମିଟି ଗଠନ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । କମିଟି ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରିବା ସହ ବିଧାନସଭାରେ ରିପୋର୍ଟ ଉପସ୍ଥାପନା କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details