ଭୁବନେଶ୍ବର: ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଘଟଣାର ତଦନ୍ତ ସଠିକ ଭାବରେ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଚିଠି - proper investigation in smitarani case
ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ଯାଜପୁର ଧର୍ମଶାଳା ବ୍ଳକର ହରିଦଶପୁର ପଞ୍ଚାୟତରେ ପିଇଓ ସ୍ମିତାରାଣୀ ଙ୍କ ହତ୍ୟାକାଣ୍ଡ ପଛର ରହସ୍ୟ ଏବେ ବି ଅସ୍ପଷ୍ଟ। ହତ୍ୟାକାଣ୍ଡର ରୂପ ଏସପି ଯାହା ରଖିଛନ୍ତି ତାହା ସନ୍ତୋଷଜନକ ନୁହେଁ। ଚାରିତ୍ରିକ ଦୋଷ ଦେଇ ଖସିଯିବାକୁ ଚେଷ୍ଟା କରାଯାଇଛି। ତଦନ୍ତରେ ଅନେକ ଦିଗ ଆଡକୁ ଧ୍ୟାନ ଦିଆଯାଇ ନାହିଁ। 5ଟି କଥା କହୁଥିବା ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ଘଟଣା ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ