ଭୁବନେଶ୍ବର: ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଜମା ଟଙ୍କା ନେଇ ଏତଲା । ସିବିଆଇରେ ଏତଲା ଦାୟର କଲା ଶ୍ରୀଜଗନ୍ନାଥ ସେନା । ଘଟଣାର ସିବିଆଇ ତଦନ୍ତରେ ଖୁଲାସା ପାଇଁ ଦାବି ସେନା ପକ୍ଷରୁ ଦାବି କରାଯାଇଛି । ଏପରିକି ବିନା ମ୍ୟାନେଜିଂ କମିଟିର ଅନୁମତି କ୍ରମେ କାହା ଇସାରାରେ ରଖାଗଲା ବ୍ୟାଙ୍କରେ ଟଙ୍କା । ଏପରି ଟଙ୍କା ରଖିବାକୁ କ'ଣ ହୋଇଥିଲା ବ୍ୟାଙ୍କ ସହ ଡିଲ୍ । କାହିଁକି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଟଙ୍କା ଉଠାଇ ୟେସ ବ୍ୟାଙ୍କରେ ଜମା କଲେ ଅଧିକାରୀ । ଏହାକୁ ନେଇ କେତେ ଅନୁକମ୍ପା ପାଇଛନ୍ତି ପ୍ରଶାସନ ଅଧିକାରୀ, ଆକାଉଣ୍ଟାଣ୍ଟ ଓ ମ୍ୟାନେଜିଂ ଅଧିକାରୀ ସମସ୍ତ ଦିଗକୁ ନେଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ଅନୁକମ୍ପା ଆଧାରରେ ସୁନା ଗହଣା ଓ ଫରେନ ଟୁରର ଖୁଲାସା ପାଇଁ ସେନା ପକ୍ଷରୁ ଦାବି କରାଯାଇଛି ।
ୟେସ ବ୍ଯାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ: CBIରେ ଶ୍ରୀଜଗନ୍ନାଥ ସେନାର ଏତଲା - Sri jagganath Sena
କାହିଁକି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଟଙ୍କା ଉଠାଇ ୟେସ ବ୍ୟାଙ୍କରେ ଜମା କଲେ ଅଧିକାରୀ । ଯାହାକୁ ନେଇ ଖୁଲାସା ପାଇଁ ସେନା ପକ୍ଷରୁ ଦାବି କରାଯାଇଛି । ଅଧିକ ପଢନ୍ତୁ....
CBIରେ ଶ୍ରୀଜଗନ୍ନାଥ ସେନାର ଏତଲା
CBIରେ ଶ୍ରୀଜଗନ୍ନାଥ ସେନାର ଏତଲା
ଅନ୍ୟପଟେ ରତ୍ନଭଣ୍ଡାର ଚାବି ଗାଏବ ଘଟଣା ସହ ଏପରି ଜଗନ୍ନାଥ ସମ୍ପତି ହଡପ ପାଇଁ ଚକ୍ରାନ୍ତ କରୁଥିବା ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜଗନ୍ନାଥ ସେନାର ଉପଦେଷ୍ଟା । ଅନ୍ୟପଟେ ସିବିଆଇ ୟେସ ବ୍ୟାଙ୍କ ମାମଲାର ତଦନ୍ତ କରୁଥିବା ବେଳେ ଏପରି ଅଭିଯୋଗକୁ ନେଇ ତର୍ଜମା କରାଯିବ ବୋଲି ସିବିଆଇ ଅଧିକାରୀ ଅଭିଯୋଗକାରୀଙ୍କୁ ଆଶ୍ବସନା ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ