ଓଡିଶା

odisha

ETV Bharat / city

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, 3 ଜଣଙ୍କର ହୋଇଛି ମୃତ୍ୟୁ

ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗ ନଦୀର ଫ୍ଲାସଫ୍ଲଡ୍ ଆସିବା ନେଇ ଆଶଙ୍କା ଥିଲା ମାତ୍ର ବର୍ତ୍ତମାନ କିଛି ଅସୁବିଧା କିମ୍ବା ବନ୍ୟା ହେବ ନାହିଁ । ବୈତରଣୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଆନନ୍ଦପୁର ପାଖରେ ବିପଦ ସଙ୍କେତ ଉପରେ ବହୁଛି । ଅଧିକ ପଢନ୍ତୁ...

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

By

Published : May 27, 2021, 2:21 PM IST

Updated : May 27, 2021, 4:15 PM IST

ଭୁବନେଶ୍ବର: ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗ ନଦୀର ଫ୍ଲାସ ଫ୍ଲଡ୍ ଆସିବା ନେଇ ଆଶଙ୍କା ଥିଲା ମାତ୍ର ବର୍ତ୍ତମାନ କିଛି ଅସୁବିଧା କିମ୍ବା ବନ୍ୟା ହେବ ନାହିଁ । ବୈତରଣୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଆନନ୍ଦପୁର ପାଖରେ ବିପଦ ସଙ୍କେତ ଉପରେ ବହୁଛି । ୩୮.୬ ମିଟର ଉପରେ ପାଣି ବହୁଛି । ଆଖୁଆପଦାଠାରେ ୧୯.୮ ରୁ ୨୦ ଭିତରେ ରହିବ ପ୍ରବାହ। ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବ ତେବେ କୌଣସି ବିପଦ ନାହିଁ ।

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, 3 ଜଣଙ୍କର ହୋଇଛି ମୃତ୍ୟୁ

କେନ୍ଦ୍ରାପଡା ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସତର୍କ କରାଯାଇଛି । ଜିଲ୍ଲାପାଳ ଓ ଜଳସମ୍ପଦ କର୍ମଚାରୀ ସଜାଗ ଅଛନ୍ତି । ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ତାନାନ୍ତରଣ କରାଯିବ । କେନ୍ଦୁଝର ୧୨୭, ସୁନ୍ଦରଗଡ ୧୦୧, ମୟୂରଭଞ୍ଜ ୯୬ ମିଲିମିଟର ବର୍ଷା ହୋଇଛି । ଏହାସହ ବାତ୍ୟାରେ ମୟୂରଭଞ୍ଜର କୁସୁମିରେ ସର୍ବାଧିକ ୫୧୫ ମିଲିମିଟର ବର୍ଷା ହୋଇଛି । ଚାନ୍ଦବାଲିରେ ୪୨୭ ମିଲିମିଟର ବର୍ଷା ଗତ ୨ ଦିନରେ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ।

ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ସମୁଦ୍ର ଜଳ ପସିଛି । ଅତ୍ୟଧିକ ବର୍ଷା ଯୋଗୁଁ କେତେକ ଗାଁରେ ଜଳବନ୍ଦୀ ହୋଇଛି । ତେବେ ଆଜି(ଗୁରୁବାର) ରାତିସୁଦ୍ଧା ରାସ୍ତା ମରାମତି ସରିବ । ବାଲେଶ୍ଵରରେ କେତେକ ପଞ୍ଚାୟତ ରାସ୍ତା ଗୁଡିକ ମରାମତି ଚାଲିଛି, ତୁରନ୍ତ ମରାମତି ସରିବ । ପିଇବା ପାଣି ବ୍ୟବସ୍ଥା ଦିଆଯାଇଛି । ଏଥିପାଇଁ ସ୍ଵତନ୍ତ୍ର ପାଣି ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ୧୦୦ ଟି ଟ୍ୟାଙ୍କର ପାଣି ପଠାଯିବ । ଜଳସମସ୍ୟା ନହୁଏ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଭଦ୍ରକ ଜିଲ୍ଲା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ତେବେ ଗଛ ପଡିଥିବା ରାସ୍ତା ସଫା ହୋଇସାରିଛି । ସେସୁ ଏରିଆରେ ୭୭ ପ୍ରତିଶତ ବିଜୁଳି ରିଷ୍ଟୋରେସନ ସରିଛି । କେବଳ ଯାଜପୁର ଓ କେନ୍ଦ୍ରାପଡା ଅଞ୍ଚଳରେ ବାକି ଅଛି । ଏହାସହ ଭଦ୍ରକ ଓ ବାଲେଶ୍ଵରରେ କେତେକ ସ୍ଥାନରେ ବିଜୁଳି ରିଷ୍ଟୋରେସନ ସରିଛି । ଆଜି(ଗୁରୁବାର) ରାତି ୯ ଟା ସୁଦ୍ଧା ୮୦ ପ୍ରତିଶତ ବିଜୁଳି ଯୋଗାଣ ଦିଆଯିବ। ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସମୟ ଲାଗିବ । ଏହାସହ ଆସନ୍ତା ସନ୍ଧ୍ୟା ଭିତରେ ଜିଲ୍ଲାପାଳମାନେ ପ୍ରାଥମିକ ରିପୋର୍ଟ ଦେବେ ।

ଏହାସହ ୭ ଦିନ ରିଲିଫ କାର୍ଯ୍ୟ ଚାଲିଛି । କାନ୍ଥ ପଡି ମୟୂରଭଞ୍ଜରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ଏହାସହ କୋରୋନାକୁ ଆଖିଆଗରେ ରଖି ଚେଷ୍ଟା କରିଥିଲୁ, ବାତ୍ୟା ଆଶ୍ରୟସ୍ଥଳୀରେ କୋରୋନା କଟକଣା ମାନିବା ପାଇଁ ଚେଷ୍ଟା କରାଯାଇଛି । ଏହାସହ ପ୍ରଭାବିତ ଅଞ୍ଚଳରେ ଆଶାକର୍ମୀ ମାନେ ବାତ୍ୟା ପ୍ରଭାବିତ ଅଞ୍ଚଳ ଯାଇ ଲୋକଙ୍କ ଯାଞ୍ଚ କରିବେ । ଏହାସହ ରିଷ୍ଟୋରେସନ କାର୍ଯ୍ୟରେ ଥିବା ଓଡ୍ରାଫ, ଏନଡିଆରଏଫ ଓ ଅନ୍ୟ ଅଧିକାରୀମାନଙ୍କର ଟେଷ୍ଟିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : May 27, 2021, 4:15 PM IST

ABOUT THE AUTHOR

...view details