ଓଡିଶା

odisha

'ଅମ୍ଫାନ' କ୍ଷୟକ୍ଷତି ଆକଳଳ, ୪୮ ଘଣ୍ଟାରେ ରିପୋର୍ଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

By

Published : May 20, 2020, 8:40 PM IST

୩ରୁ ୪ପ୍ରକାର କ୍ଷୟକ୍ଷତି ହୋଇଛି । ଜଗତସିଂହପୁର ,ଭଦ୍ରକ,ବାଲେଶ୍ବର,କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହୋଇଛି । ମୟୂରଭଞ୍ଜର ଏପର୍ଯନ୍ତ ଆକଳନ ହୋଇନାହିଁ କିନ୍ତୁ ଆକଳନ ପରେ ଜଣାପଡିବ । ଏନେଇ ୪୮ ଘଣ୍ଟାରେ କ୍ଷୟକ୍ଷତିର ଆକଳନ ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଏସଆରସି ।

'ଅମ୍ଫାନ' କ୍ଷୟକ୍ଷତି ଆକଳଳ, ୪୮ ଘଣ୍ଟାରେ ରିପୋର୍ଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
'ଅମ୍ଫାନ' କ୍ଷୟକ୍ଷତି ଆକଳଳ, ୪୮ ଘଣ୍ଟାରେ ରିପୋର୍ଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: 4ଟି ଜିଲ୍ଲାରେ ଅମ୍ଫାନର ପ୍ରଭାବ ଆଶା କରାଯାଉଥିଲା । ୩ରୁ ୪ପ୍ରକାର କ୍ଷୟକ୍ଷତି ହୋଇଛି । ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହୋଇଛି । ମୟୂରଭଞ୍ଜର ଏପର୍ଯନ୍ତ ଆକଳନ ହୋଇନାହିଁ କିନ୍ତୁ ଆକଳନ ପରେ ଜଣାପଡିବ । ଏନେଇ ୪୮ ଘଣ୍ଟାରେ କ୍ଷୟକ୍ଷତିର ଆକଳନ ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଏସଆରସି ।

'ଅମ୍ଫାନ' କ୍ଷୟକ୍ଷତି ଆକଳଳ, ୪୮ ଘଣ୍ଟାରେ ରିପୋର୍ଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଏସଆରସି ପ୍ରେସମିଟ୍‌ରେ କହିଛନ୍ତି ଯେ, ବାତ୍ୟା ପରେ ପାନୀୟ ଜଳ ବ୍ୟବସ୍ଥା ନେଇ ଗୁରୁତ୍ବ ଦିଆଯାଉଛି । ବିଦ୍ୟୁତ ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନେକ ସ୍ଥାନରେ ଖୁଣ୍ଟ ପଡିଯାଇଛି, ଟ୍ରାନସଫର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆମ ପାଖରେ ଆବଶ୍ୟକୀୟ ଯନ୍ତ୍ରାଂଶ ଅଛି ଓ ପର୍ଯ୍ୟାପ୍ତ କର୍ମଚାରୀ ଉପସ୍ଥିତ ରହିଛନ୍ତି । ଖୁବଶିଘ୍ର ସ୍ବଭାବିକ ସ୍ଥିତିକୁ ଫେରାଇବାକୁ ଗୁରୁତ୍ବ ଦିଆଯାଉଛି ।

ସେହିପରି ସରକାରୀ ଘର କିଛି ସ୍ଥାନରେ ଭାଙ୍ଗିଛି, ଟେଲିକମ ଟାୱାର ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇଛି । ଚାଷୀ ଓ ଉଦ୍ୟାନ କୃଷି ପ୍ରଭାବିତ ହୋଇଛି । ରାଜସ୍ବ ବିଭାଗ ଓ କୃଷି ବିଭାଗ ଆକଳନ କରି ରିପୋର୍ଟ ଦେବେ । ତା' ପରେ ଏନେଇ କିଭଳି କ୍ଷୟକ୍ଷତି ଭରଣା କରାଯିବ ସେ ନେଇ ନିଷ୍ପତି ହେବ । ବ୍ୟକ୍ତିଗତ ଘର ମଧ୍ୟ ଭାଙ୍ଗିଛି । କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇଦିଆଯିବ । ସବିଶେଷ ଆକଳନ ପାଇଁ ଜିଲ୍ଲାପାଳଙ୍କୁ ତଥ୍ୟ ନେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details