ଭୁବନେଶ୍ବର: ସାରା ଦେଶକୁ କୋରୋନା ଭୟ ଗ୍ରାସ କରିଥିବା ବେଳେ ଓଡିଶାକୁ ପୁଣି ମାଡି ବସିଛି ବାତ୍ୟା ଭୟ । ଏମିତି ସ୍ଥିତିରେ ରାତାରାତି ଚାଲିଛି ବୈଠକ ପରେ ବୈଠକ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବିଳମ୍ବିତ ରାତିରେ ପହଞ୍ଚିବା ପରେ ହୋଇଥିଲା ଜରୁରୀ ବୈଠକ । ଆଉ ସେଠାରେ 3 ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ହୋଇଛି ବାତ୍ୟା ମୁକାବିଲା ସ୍ଥିତି ନେଇ ଆଲୋଚନା ।
ନିଦ ହଜାଇଛି ବାତ୍ୟା ‘ଅମ୍ଫାନ’, ରାତାରାତି ବୈଠକ କଲେ ଏସଆରସି - ଭୁବନେଶ୍ବରେ ଲାଟେଷ୍ଟ ନ୍ୟୁଜ୍
ସାରା ଦେଶକୁ କୋରୋନା ଭୟ ଗ୍ରାସ କରିଥିବା ବେଳେ ଓଡିଶାକୁ ପୁଣି ମାଡି ବସିଛି ବାତ୍ୟା ଭୟ । ଏମିତିରେ ରାତାରାତି ଚାଲିଛି ବୈଠକ ପରେ ବୈଠକ ।
![ନିଦ ହଜାଇଛି ବାତ୍ୟା ‘ଅମ୍ଫାନ’, ରାତାରାତି ବୈଠକ କଲେ ଏସଆରସି cyclone amphan in odisha, cyclone amphan, amphan update, bhubaneswar latest news, src meeting, ଓଡିଶାରେ ବାତ୍ୟା ଅମ୍ଫାନ, ବାତ୍ୟା ଅମ୍ଫାନ, ଅମ୍ଫାନ ସ୍ଥିତି, ଭୁବନେଶ୍ବରେ ଲାଟେଷ୍ଟ ନ୍ୟୁଜ୍, ଏସଆରସିଙ୍କ ବୈଠକ](https://etvbharatimages.akamaized.net/etvbharat/prod-images/768-512-7268398-213-7268398-1589912216690.jpg)
ନିଦ ହଜାଇଛି ବାତ୍ୟା ‘ଅମ୍ଫାନ’, ରାତାରାତି ବୈଠକ କଲେ ଏସଆରସି
ସୂଚନା ଅନୁଯାୟୀ ଜଗତସିଂହପୁର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଲୋକଙ୍କ ସ୍ଥାନାନ୍ତରଣ ନେଇ ତଥ୍ୟ ମାଗିଥିଲେ ସ୍ବତନ୍ତ୍ର ରିଲିଫ କମିଶନର । ତେବେ ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର । ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ସମସ୍ତେ ପୁରା ଦମରେ ଲାଗି ପଡିଥିବା ଜଣାପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ