ଓଡିଶା

odisha

By

Published : Apr 13, 2020, 1:09 PM IST

Updated : Apr 13, 2020, 1:46 PM IST

ETV Bharat / city

ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌: ଜାଣନ୍ତୁ କଣ ହେବ କୋହଳ...

15ରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ଲାକଡାଉନ। ତେବେ ଏହି ସମୟରେ କିଛି ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

src reaction on 2nd phase lockdown
ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ବେଳେ କୋହଳ ହେବ ଏହି ନିୟମ...

ଭୁବନେଶ୍ବର: 15ରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ଲାକଡାଉନ। ତେବେ ଏହି ସମୟରେ କିଛି ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌: ଜାଣନ୍ତୁ କଣ ହେବ କୋହଳ...

କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଉପରେ କିଛି କୋହଳ କରାଯାଇଛି । ଏହି ସମୟରେ ସବୁ ପ୍ରକାର ଚାଷ କାର୍ଯ୍ୟ କରିହେବା ସହ କୃଷି ଉପକରଣ ତଥା ମରାମତି ଦୋକାନ, ସାର ଦୋକାନ ଆଦି ଖୋଲା ରହିବ । ଶୀତଳ ଭଣ୍ଡାର ଖୋଲା ରହିବ, ଗୋଦାମ ଗୃହ ମଧ୍ୟ ଖୋଲା ରହିବ । କୃଷି ଋଣ ଆବେଦନ ପାଇଁ ବ୍ୟାଙ୍କ ଖୋଲା ରହିବ । ଏହାସହ ରବି ଧାନ ଫସଲ ପରେ ସମସ୍ତ ମଣ୍ଡି ଖୋଲା ରହିବ ଏବଂ ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବାରେ କୌଣସି କଟକଣା ରହିବ ନାହିଁ ବୋଲି କୁହାଯାଇଛି ।

ସେହିପରି ମାଛଚାଷ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କୌଣସି କଟକଣା ନାହିଁ । ମାଛଧରା ବନ୍ଦର ଓ ମାଛ ଜାଲ ତିଆରି କାରଖାନା ବନ୍ଦ ହେବ ନାହିଁ । ଏହା ସହିତ ମାଂସ, ଅଣ୍ଡା ଓ ଦୁଗ୍ଧ ପରିବହନ ପାଇଁ କୌଣସି କଟକଣା ନଥିବାବେଳେ ରାଜ୍ୟର ଗୋଶାଳଗୁଡିକ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଏହି ସମୟରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଓ ପାଇଖାନା ନିର୍ମାଣ ସହ ପାଇପ୍‌ ଜଳ ଯୋଗାଣ କାମ ଜାରି ରହିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ରେଷ୍ଟୁରାଣ୍ଟ ଓ ଢାବା ଖୋଲା ରହିବାକୁ ଥିବାବେଳେ ସେଠାରେ କେହି ଖାଇପାରିବେ ନାହିଁ ବୋଲି କୁହାଯାଇଛି । କେବଳ ସେଠାରୁ ଖାଦ୍ୟ ସାମଗ୍ରୀ ନେଇ ଆସିବେ ବୋଲି ସୂଚନା ଦେଇଛନ୍ତି ସେ । ସେହିପରି ଇକର୍ମସ ଓ ଅନଲାଇନରେ ସବୁ ପ୍ରକାର ସାମଗ୍ରୀ ମଗାଇ ପାରିବେ ବୋଲି ସେ କହିଛନ୍ତି ।

ସେପଟେ କେନ୍ଦୁପତ୍ରର ସମସ୍ତ ପ୍ରକାର କାର୍ଯ୍ୟ କରିହେବ । ସେହିପରି ବନୀକରଣ, ବୃକ୍ଷରୋପଣ ଆଦି କାର୍ଯ୍ୟ ଏହି ସମୟରେ କରିହେବ । ତେବେ ଏସବୁ କାର୍ଯ୍ୟ ସାମାଜିକ ଦୂରତା ବଜାୟ ରଖି କରିହେବ ବୋଲି ସେ କହିଥିବାବେଳେ ଏସବୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ।

ଏହାସହ ପ୍ରଥମ ପର୍ଯ୍ୟାୟ ଲାକଡାଉନ ସଫଳ ହୋଇଛି। ଓଡିଶାରେ ଭଲ ପ୍ରଭାବ ପଡିଛି। ଏହାକୁ ଦେଖି ଅବଧି ବଢାଇଛନ୍ତି ସରକାର। ତେଣୁ ସମସ୍ତେ ସଚେତନ ରହି ସତର୍କ ରୁହନ୍ତୁ ବୋଲି ସେ ଅପିଲ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 13, 2020, 1:46 PM IST

ABOUT THE AUTHOR

...view details