ଓଡିଶା

odisha

ETV Bharat / city

ଉନ୍ନୟନ କମିଶନର ପ୍ରଦୀପ୍ତ ଜେନାଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

ଉନ୍ନୟନ କମିଶନର ପ୍ରଦୀପ୍ତ ଜେନାଙ୍କୁ କୋରୋନା । ହସ୍ପିଟାଲରେ ଭର୍ତ୍ତି,ଏକ ସ୍ୱତନ୍ତ୍ର ଡାକ୍ତର ଦଳ ପ୍ରଦୀପ୍ତଙ୍କର ଚିକିତ୍ସା କରୁଛି। ଅଧିକ ପଢନ୍ତୁ...

src pradipta jena tested positive for corona
ଏସଆରସିଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

By

Published : May 9, 2021, 8:22 AM IST

ଭୁବନେଶ୍ବର: କୋଭିଡ କଟକଣା ପ୍ରସ୍ତୁତର ମୁଖ୍ୟ ତଥା ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ଜେନାଙ୍କୁ କୋରୋନା । ତାଙ୍କ ଠାରେ କୋଭିଡର ଲକ୍ଷଣ ଦେଖାଯିବା ପରେ ପ୍ରଦୀପ୍ତ ସଙ୍ଗରୋଧରେ ରହି କୋଭିଡ ଟେଷ୍ଟ କରିଥିଲେ । ଗତ ଶୁକ୍ରବାର ତାଙ୍କ ଟେଷ୍ଟ ରିପୋର୍ଟ ପିଜେଟିଭି ଆସିଛି । ତେଣୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତର ଦଳ ପ୍ରଦୀପ୍ତଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି ।

ମହାମାରୀ ସମୟରେ ଗାଇଡଲାଇନ ପ୍ରସ୍ତୁତ ହେଉ ଅବା ଲୋକ ସଚେତନତା କ୍ଷେତ୍ରରେ ଆଗରେ ଥିଲେ ପ୍ରଦୀପ୍ତ । ପ୍ରଦୀପ୍ତ ଅସୁସ୍ଥ ହେବା ସରକାରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପଟେ ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଓ ଗୁଇନ୍ଦା ଡିଆଇଜି ଅନୁପ ସାହୁ ସୁସ୍ଥ ହୋଇଛନ୍ତି । ଉଭୟ କୋଭିଡ ସଂକ୍ରମିତ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details