ଭୁବନେଶ୍ବର: ବୁଧବାର ଠାରୁ ସାରା ରାଜ୍ୟରେ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ସାରା ରାଜ୍ୟରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । ଲୋକମାନେ ବିଭିନ୍ନ ବଜାର, ଘାଟ, ଦୋକାନରେ ଅହେତୁକ ଭିଡ଼ କରୁଥିବା ଦେଖିବାକୁ ମିଳୁଛି । ଅତ୍ୟଧିକ ଜିନିଷପତ୍ର ଘରେ ମହଜୁଦ ରଖିବା ଲାଗି ଲୋକ ଦୋକାନ ଆଗରେ ଭିଡ଼ ଲଗାଉଛନ୍ତି । ସରକାରଙ୍କ ନଜରରେ ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।
ଅଯଥା ଭିଡ଼ ନକରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ଏସଆରସି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖାଦ୍ୟ ସାମଗ୍ରୀ, ଦୋକାନ ସୌଦା, ମାଛ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।