ଓଡିଶା

odisha

ETV Bharat / city

ବାତ୍ୟା ମୁକାବିଲା: ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତରେ SRC

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ । ଆଜି ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଅଧିକ ପଢନ୍ତୁ...

By

Published : May 23, 2021, 10:13 AM IST

ବାତ୍ୟା ମୁକାବିଲା: ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତରେ SRC
ବାତ୍ୟା ମୁକାବିଲା: ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତରେ SRC

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା 26 ରେ ବାତ୍ୟା 'ୟସ' ସ୍ଥଳଭାଗ ଛୁଇଁବା ନେଇ ଆଇଏମଡି ସୂଚନା ଦେବା ପରେ ଆଜି(ରବିବାର) ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି SRC ପ୍ରଦୀପ ଜେନା । ଉଭୟ ଜିଲ୍ଲାର ବାତ୍ୟା ସ୍ଥିତିର ସମୀକ୍ଷା କରିବେ ଏସଆରସି ।

କୋରନା କାଳରେ ବାତ୍ୟା ଚିନ୍ତା । ସମ୍ଭାବ୍ୟ ବାତ୍ୟା 'ୟସ'ର ମୁକାବିଲା ପାଇଁ ପ୍ରସ୍ତୁତି ଜୋର କରିଛନ୍ତି ସରକାର । ଏନେଇ ଆଜି ବାଲେଶ୍ବର ଓ ଭଦ୍ରକ ଗସ୍ତରେ ଯାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ତଥା ଏସଆରସି ପ୍ରଦୀପ ଜେନା । ଉଭୟ ଜିଲ୍ଲାର ବାତ୍ୟାର ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ ପ୍ରଦୀପ । ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ତଦାରଖ କରିବେ ପ୍ରଦୀପ । ବିଶେଷ କରି ବାତ୍ୟା ପୂର୍ବର ଓ ପରର 10 ଘଣ୍ଟା ଲାଗି ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେବ ତା'ର ସମୀକ୍ଷା କରିବେ । ଆଜିଠାରୁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଦଳ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯାଇଛନ୍ତି । ତେବେ ଗତକାଲି(ଶନିବାର) ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲା ନେଇ ବୈଠକ ଡାକି ବିଭିନ୍ନ ବିଭାଗକୁ ଦାଇତ୍ୱ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details