ଭୁବନେଶ୍ବର: ରାଜ୍ୟରେ ବଢୁଛି ଶୀତ ଲହରୀ । ଏନେଇ ସତର୍କତା ଜାରି କଲେ ସ୍ଵତନ୍ତ୍ର ରିଲିଫ କମିଶନର । ୟେଲୋ ୱାର୍ଣ୍ଣିଂ ଜିଲ୍ଲାର ଲୋକ ରାତି ସମୟରେ ବାହାରକୁ ନଯିବାକୁ ପରାମର୍ଶ।
ଶୀତ ଭୟ, ସବୁ ଜିଲ୍ଲାପାଳଙ୍କୁ ଏସ ଆର ସିଙ୍କ ଚିଠି ବାସହରା ଲୋକଙ୍କୁ ଆଶ୍ରୟ ସ୍ଥଳରେ ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏଭଳି ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି । ରାତିରେ ଦୁଇ ଚକିଆ ଯାନ ନ ଚଳାଇବାକୁ ସତର୍କ କରାଯାଇଛି ।
ଶୀତ ଭୟ, ସବୁ ଜିଲ୍ଲାପାଳଙ୍କୁ ଏସ ଆର ସିଙ୍କ ଚିଠି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଦୁଇ ଚକିଆ ଯାନରେ ଯିବାସିବା ଉପରେ କଟକଣା ଜାରି ହୋଇଛି । ରାଜ୍ୟରେ ଶୀତର ପ୍ରଭାବ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ରହିବାକୁ ଏସଆରସି ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ