ଭୁବନେଶ୍ବର: ରାଜ୍ୟର 9ଟି ବନ୍ୟା ପ୍ରଭାବିତ ଜିଲ୍ଲାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଚିଠି । ଅଗଷ୍ଟ 17 ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନର ।
ଚିଠିରେ ପ୍ରତି ବ୍ଲକର କ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି । ଏପ୍ରିଲ ମାସରୁ ଅକ୍ଟୋବର ମାସ ଯାଏଁ ହାରାହାରି ବୃଷ୍ଟିପାତର ପରିମାଣ ଜଣାଇବା ସହ ବନ୍ୟା ଓ ବାତ୍ୟାରେ କେଉଁ ଅଞ୍ଚଳର କେତେ ସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି, ତାହାର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।