ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଧ୍ୟାହ୍ନ ୧୨ଟାରେ ଏସଆରସିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସମ୍ଭାବ୍ୟ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାପାଳଙ୍କ କଥା ହୋଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । 18 ଜିଲ୍ଲାର ଜିଲ୍ଲାପାଳ ଭିସି ଜରିଆରେ ବୈଠକରେ ଉପସ୍ଥିତ ରହିଛନ୍ତି ।
Cyclone Asani: 18 ଜିଲ୍ଲାପାଳଙ୍କ ସହ କଥା ହେଲେ SRC - 18 ଜିଲ୍ଲାପାଳଙ୍କ ସହ କଥା ହେଉଛନ୍ତି SRC
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଧ୍ୟାହ୍ନ ୧୨ଟାରେ ଏସଆରସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଅଧିକ ପଢ଼ନ୍ତୁ
Cyclone Asani: 18 ଜିଲ୍ଲାପାଳଙ୍କ ସହ କଥା ହେଉଛନ୍ତି SRC
ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : May 5, 2022, 1:41 PM IST