ଭୁବନେଶ୍ବର: ଆସିଲା ବାତ୍ୟା ‘ଅମ୍ଫାନ’ର କ୍ଷୟକ୍ଷତି ରିପୋର୍ଟ । କେନ୍ଦ୍ରର 500 କୋଟି ଟଙ୍କା ଅନୁଦାନ ପରେ ଶନିବାର ସ୍ବତନ୍ତ୍ର ରିଲିଫ କିମିଶନର(ଏସଆରସି) କାର୍ଯ୍ୟାଳୟରୁ ଜାରି ହୋଇଛି ଏହି ରିପୋର୍ଟ । ତେବେ ରିପୋର୍ଟ ଅନୁସାରେ ଗତ 20 ତାରିଖରେ ଓଡିଶା ଉପକୁଳ ଦେଇ ପଶ୍ଚିମବଙ୍ଗ ଯାଇଥିବା ଅମ୍ଫାନ ଯୋଗୁଁ ରାଜ୍ୟର 10 ଜିଲ୍ଲା ପ୍ରଭାବିତ ହୋଇଛି । ଯେତେବେଳେ କି ରାଜ୍ୟରେ ବାତ୍ୟା ଯୋଗୁଁ କାହାରି ମୃତ୍ୟୁ ହୋଇନାହିଁ । ତେବେ ଏହି ରୋପୋର୍ଟ ନବୀନଙ୍କ ଜିରୋ କାଜୁଆଲିଟି ଶପଥ କେତେ ଦୂର ପୂରଣ ହୋଇଛି, ତାହା ଦର୍ଶାଉଛି ।
ତେବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲା ପ୍ରଭାବିତ ହୋଇଛି । 4ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେହିପରି 92 ବ୍ଲକର 9833 ଗାଁ, 1558 ପଞ୍ଚାୟତ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । 44ଲକ୍ଷ 44ହଜାର 896 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । 8ଲକ୍ଷ 72ହାଜର049 ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ମୋଟ 500 ଘର ଭାଙ୍ଗିଛି । 15000 ଘର ଅଳ୍ପ ଭାଙ୍ଗିଛି । 28 ବଡ଼ ପଶୁ, 9 ଛୋଟ, 3680 କୁକୁଡ଼ାଙ୍କର ମୃତ୍ୟୁ ହୋଇଛି । କୌଣସି ମାନବ ଜୀବନ ହାନି ହୋଇଥିବା ସୂଚନା ନାହିଁ ।