ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ । ଏନେଇ ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଡ଼ିଓ କନଫରେନ୍ସିଂରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଏସଆରସି ଉପସ୍ଥିତ ରହିଥିଲେ । ଏନେଇ ଓଡିଶା, ଆଣ୍ଡାମାନ, ପଶ୍ଚିମବଙ୍ଗ ସହ ଆଲୋଚନା କରାଯାଇଛି ।
ଓଡ଼ିଶା ଦେଇ ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗ-ବାଂଲାଦେଶକୁ ଯିବ । ପ୍ରଭାବରେ ୮, ୯ ଏବଂ ୧୦ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଏସଆରସି । ଏହା ପ୍ରଭାବରେ ୮୦ରୁ ୯୦ ବେଗରେ ପବନ ବହିବା ସହ ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି ।
ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା ଏନେଇ ସମସ୍ତ ଜିଲ୍ଲାରେ ଓଡ୍ରାଫ, ଏନଡିଆରଏଫ ଟିମଙ୍କୁ ନିୟୋଜିତ କରାଯାଇଛି । ଆବଶ୍ୟକ ହେଲେ ସ୍ତାନାନ୍ତରଣ କରାଯିବ । ଗୁରୁବାରଠାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ମୁଖ୍ୟତଃ ପୁରୀ, ମୟୂରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ଅଧିକ ବର୍ଷା ହେବା ସହ ପବନ ବେଗ ଅଧିକ ରହିବ ବୋଲି ସୂଚନା ମିଳିଛି ।
ଏଥିପାଇଁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ୮ ତାରିଖ ଦିନ ବାତ୍ୟାର ପ୍ରଭାବ ପଡିବ । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । କଚା ଘର, ବିଦ୍ୟୂତ ଖୁଣ୍ଟ, ଗଛ ଏବ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ