ଭୁବନେଶ୍ବର: ବିଗତ ତିନି ଦିନ ଅର୍ଥାତ ଅକ୍ଟୋବର 23ରୁ 25 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିଲା ପ୍ରବଳ ବର୍ଷା । ଏଥିରେ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ଏହାର ଆକଳନ କରି ନଭେମ୍ବର 4 ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।
ନଭେମ୍ବର 4 ସୁଦ୍ଧା ଦାଖଲ ହେବ ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ - ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ
ରାଜ୍ଯରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛନ୍ତି ଚିଠି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସୂଚନା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖଛନ୍ତି । ଯେଉଁଥିରେ 4 ନଭେମ୍ବର ସୁଦ୍ଧା ସମସ୍ତ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ରିପୋର୍ଟ ଆଧାରରେ ଜିଲ୍ଲାମାନଙ୍କୁ ସହାୟତା ରାଶି ଯୋଗାଇବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ