ଭୁବନେଶ୍ବର:କ୍ରୀଡା ହଷ୍ଟେଲରେ 18 ବର୍ଷରୁ ଅଧିକ ବୟସର ଛାତ୍ରଙ୍କୁ ନେଇ ଉପୁଜିଥିବା ବିବାଦର ସ୍ପଷ୍ଟୀକରଣ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । କ୍ରୀଡା ହଷ୍ଟେଲରେ ପ୍ରଦର୍ଶନ ମୂଲ୍ୟାୟନ କରିବା ପରେ ବିଭିନ୍ନ ଶୃଙ୍ଖଳାରେ ସ୍ଥିତି ପରଖି ଖେଳାଳିଙ୍କୁ ବିଦା କରାଯିବ । ପ୍ରତିଭାଧାରୀ କେବେ ହଷ୍ଟେଲ ଛାଡିବେ ନାହିଁ ବୋଲି ସେ ‘ଇଟିଭି ଭାରତ’କୁ କହିଛନ୍ତି ।
ପ୍ରତିଭାଧାରୀ ଖେଳାଳି କେବେ ହଷ୍ଟେଲ ଛାଡିବେ ନାହିଁ: କ୍ରୀଡାମନ୍ତ୍ରୀ - କ୍ରୀଡ଼ାସଙ୍ଘ ସହ ବୈଠକ କରି ଆଭିମୁଖ୍ୟ ସ୍ପଷ୍ଟ କଲେ କ୍ରୀଡ଼ାମନ୍ତ୍ରୀ
ରାଜ୍ୟ କ୍ରୀଡା ହଷ୍ଟେଲରେ 18 ବର୍ଷ ବୟସର ଖେଳାଳିଙ୍କୁ ହଷ୍ଟେଲ ମନା ପ୍ରସଙ୍ଗ, କ୍ରୀଡ଼ାସଙ୍ଘ ସହ ବୈଠକ କରି ଆଭିମୁଖ୍ୟ ସ୍ପଷ୍ଟ କଲେ କ୍ରୀଡ଼ାମନ୍ତ୍ରୀ । ଅଧିକ ପଢନ୍ତୁ...
18 ବର୍ଷ ବୟସର ଖେଳାଳିଙ୍କୁ ହଷ୍ଟେଲ ମନା ପ୍ରସଙ୍ଗ, କ୍ରୀଡ଼ାସଙ୍ଘ ସହ ବୈଠକ କରି ଆଭିମୁଖ୍ୟ ସ୍ପଷ୍ଟ କଲେ କ୍ରୀଡ଼ାମନ୍ତ୍ରୀ
ସବୁଆଡେ ଏନେଇ ଅସନ୍ତୋଷ ଦେଖା ଦେବା ପରେ ଏନେଇ ବିଭିନ୍ନ କ୍ରୀଡାସଂଘ ସହିତ ବୈଠକ କରିଥିଲେ ମନ୍ତ୍ରୀ । ଏଥିରେ କ୍ରୀଡା ସଚିବ ଓ କ୍ରୀଡା ନିର୍ଦେଶକ ଉପସ୍ଥିତ ଥିଲେ । 2024 ଓ 2028କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ