ଓଡିଶା

odisha

ETV Bharat / city

ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ - କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା

କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୬୮ତମ ରାଜ୍ୟ ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପ୍‌ । ଆଜି ଏହାର ଦ୍ୱିତୀୟ ଦିବସରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି କଳିଙ୍ଗ ଷ୍ଟାଡିୟମ୍‌ ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ...

ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ
ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ

By

Published : Sep 8, 2021, 9:56 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୬୮ତମ ରାଜ୍ୟ ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପ୍‌ । ଆଜି ଏହାର ଦ୍ୱିତୀୟ ଦିବସରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି କଳିଙ୍ଗ ଷ୍ଟାଡିୟମ୍‌ ଗସ୍ତ କରିଛନ୍ତି । କ୍ରୀଡ଼ାବିତ୍‌, କୋଚ୍‌ ଏବଂ ଅଫିସିଆଲମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ୍‌ରେ ଯେଉଁ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି ତାହା ଆଜିର ପ୍ରତିଯୋଗିତା ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ।

ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଏହି ଅନୁଭୂତିକୁ ପାଥେୟ କରି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହାସହ ଖେଳାଳୀ, କୋଚ୍‌ ଏବଂ ଅଫିସିଆଲ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଗସ୍ତ କରିଥିଲେ ମନ୍ତ୍ରୀ ।

ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ
ମନ୍ତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେବା ସହିତ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ, କୋଚ୍‌ ଏବଂ ଅଫିସିଆଲ୍‌ମାନଙ୍କ ସହ ଆଲୋଚନା କରିଛନ୍ତି । ଏଠାକାର ପରିବେଶ ଓ ଦିଆ ଯାଉଥିବା ସୁବିଧାସୁଯୋଗ ଏବଂ ରାଜ୍ୟ କ୍ରୀଡ଼ାକୁ ଅଧିକ ଆଗକୁ ନେବା ପାଇଁ ଆଉ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସେନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି ।
ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ

ଏରି ପରିପ୍ରେକ୍ଷୀରେ, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ପ୍ରତି ବେଶ୍‌ ଗୁରୁତ୍ୱ ଦେଉଥିବାରୁ ଆମ ସମସ୍ତଙ୍କୁ ରାଜ୍ୟ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । କ୍ରୀଡ଼ାବିତ୍‌ମାନେ ନିୟମିତ ଅଭ୍ୟାସ ଓ ନିଷ୍ଠା ବଳରେ ରାଜ୍ୟ ପାଇଁ ଗୌରବ ଆଣିପାରିବେ ।"

ସିିନିୟର ଆଥ୍‌ଲେଟିକ୍‌ ଚମ୍ପିଆନ୍‌ସିପର ଦ୍ବିତୀୟ ଦିନରେ ମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ

ଭୁୂବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details