ଭୁବନେଶ୍ବର: ଭିଆଇପି ସଂସ୍କୃତି ନୁହେଁ ସାଧାରଣ ଜୀବନ ଶୈଳୀ। ବିଜେଡି ସୁପ୍ରିମୋଙ୍କ ଆହ୍ବାନ ସାଙ୍ଗକୁ ସରଳ ଜୀବନ ଯାପନ କରୁଛନ୍ତି ମନ୍ତ୍ରୀ। ଆଜି(ମଙ୍ଗଳବାର) ସଚିବାଳୟରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ।
ସଚିବାଳୟ କ୍ୟାଣ୍ଟିନରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ରୁପରେ। ସାଧାରଣ କ୍ୟାଣ୍ଟିନ ଭଳି ଏଠାକୁ କେବଳ କର୍ମଚାରୀ ଆଉ କିଛି ହାତ ଗଣତି ଅଧିନସ୍ଥ ଅଧିକାରୀ ଆସିଥାନ୍ତି। ମାତ୍ର ମନ୍ତ୍ରୀ କିମ୍ବା ସଚିବ ଆସିବା ଥିଲା ପ୍ରଥମ ଘଟଣା ।
ସଚିବାଳୟରେ ନିଜ ବିଭାଗର ଫାଇଲ କାର୍ଯ୍ୟରେ ବ୍ୟସ୍ତ ରହିବା ପରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଆଉ ଘରକୁ ନଯାଇ କ୍ୟାଣ୍ଟିନରେ ଖାଉଥିବା ଦେଖିବାକୁ ମିଳିଥିଲା। ସାଥିରେ ମଧ୍ୟ କେହି ନଥିଲେ। ଏକା ଏକା ନିଜ ପ୍ରକୋଷ୍ଠରୁ ବାହାରି ସିଧା ଯାଇ ପହଞ୍ଚି ଥିଲେ ଅର୍ଥ ବିଭାଗର କ୍ୟାଣ୍ଟିନରେ। ହଠାତ୍ ମନ୍ତ୍ରୀଙ୍କୁ ଦେଖି ସମସ୍ତେ ହତବାକ୍ ହୋଇ ଯାଇଥିଲେ।