ଭୁବନେଶ୍ବର:କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ବ୍ରହ୍ମପୁର, ପୁରୀ, ଜୟପୁର, ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର ଆଦି ସ୍ଥାନରେ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମନ୍ତ୍ରୀ ।
ଏ ନେଇ ବିଭାଗୀୟ ଅଧିକାରୀ ଓ ଇଡ଼କୋ, ପିଡବ୍ଲୁଡି ଏବଂ ୱାକସ ଭଳି ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । କୋଭିଡ ପ୍ରତିକୂଳ ପରିସ୍ଥିତି ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା ବେଳେ ବିକଳ୍ପ ପନ୍ଥା ବାହାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।