ଓଡିଶା

odisha

ETV Bharat / city

ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର ସଂପୃକ୍ତି ନାହିଁ: କ୍ରୀଡ଼ା ମନ୍ତ୍ରୀ - ହକି ଦୁର୍ନୀତି

ହକି ଦୁର୍ନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର କୌଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

କ୍ରୀଡ଼ା ମନ୍ତ୍ରୀ
କ୍ରୀଡ଼ା ମନ୍ତ୍ରୀ

By

Published : Jul 20, 2022, 9:34 AM IST

ଭୁବନେଶ୍ବର: ହକି ଦୁର୍ନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର କୌଣସି ସଂପୃକ୍ତି ନାହିଁ । ବିଭାଗ ନାଁରେ ଯେଉଁ ଅଭିଯୋଗ ଆସୁଛି ତାହା ଅବାସ୍ତବ ଓ ଅମୂଳକ ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର ସଂପୃକ୍ତି ନାହିଁ କହିଲେ କ୍ରୀଡ଼ା ମନ୍ତ୍ରୀ

ହକି ଦୁର୍ନୀତି ନେଇ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କ୍ରୀଡା ପାଇଁ ବିଶେଷ କରି ହକି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସାହାରା ଗ୍ରୁପ ଛାଡ଼ିବା ପରେ ହକି ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ 5 ବର୍ଷ ଲାଗି ସ୍ପନସରର୍ସିପ ଦେଇଥିଲେ । ଅଲିମ୍ପିକରେ ଉଭୟ ପୁରଷ ଓ ମହିଳା ଦଳକୁ ସଫଳତା ମିଳିଥିଲା । ପୁରୁଷ ଦଳ ବ୍ରୋଞ୍ଚ ପଦକ ହାସଲ କରିଥିଲା । ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଥିଲା । ଏହାପରେ ହକି ଇଣ୍ଡିଆକୁ ଓଡିଶା ସରକାରଙ୍କ ପକ୍ଷରୁ ୧୦ବର୍ଷ ଲାଗି ସ୍ପନସରର୍ସିପ ଯୋଗାଇ ଦିଆଯାଇଛି । ସାରା ବିଶ୍ବ ଓଡିଶାକୁ ପ୍ରଶଂସା କରିଛି । ହକିର ପ୍ରୋତ୍ସାହନ ପାଇଁ ବିଦେଶରୁ ଓଡିଶାକୁ ପ୍ରଶଂସା ମିଳିଛି ।

ବର୍ତ୍ତମାନ ନେଦରଲ୍ୟାଣ୍ଡ ଓ ସ୍ପେନରେ ମହିଳା ହକି ବିଶ୍ବକପ ଚାଲିଥିଲା । ଯେଉଁଥିଲେ ମହିଳା ହକି ଦଳ ନବମ ସ୍ଥାନରେ ରହିଥିଲା । ସେଠାକୁ କ୍ରୀଡାମନ୍ତ୍ରୀ ଗସ୍ତ କରିଥିଲେ । ଏଫଆଇଏଚ ଅଧିକାରୀ ଓଡିଶାକୁ ପ୍ରଶଂସା କରିଥିଲେ ଏବଂ ଓଡିଶାରେ ହକିର ପ୍ରୋତ୍ସାହନ ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ ହୋଇଛି ତାହାକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ । ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର କୌଣସି ସଂପୃକ୍ତି ନାହିଁ । ବିଭାଗ ନାଁରେ ଯେଉଁ ଅଭିଯୋଗ ଆସୁଛି ତାହା ଅବାସ୍ତବ ଓ ଅମୂଳକ । ଏହା କହିଛନ୍ତି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details