ଓଡିଶା

odisha

ETV Bharat / city

ବସ୍ତିର ଫୁଟବଲ ଖେଳାଳିଙ୍କୁ ସ୍ପୋର୍ଟ ସାମଗ୍ରୀ ଗିଫ୍ଟ କଲେ ପୋଲିସ କମିଶନର

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବସ୍ତିର ଫୁଟବଲ ପ୍ରତିଭାକୁ ଚିହ୍ନଟ କରି ସ୍ପୋର୍ଟସ ଜୋତା ସହ ଟି ସାର୍ଟ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

young football talen
ଯୁବ ଫୁଟବଲ ପ୍ରତିଭାକୁ ସ୍ପୋର୍ଟ ସାମଗ୍ରୀ ପ୍ରଦାନ କଲେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ

By

Published : Oct 9, 2021, 8:23 PM IST

ଭୁବନେଶ୍ବର:ଯୁବ ଫୁଟବଲ ପ୍ରତିଭାକୁ ସ୍ପୋର୍ଟସ ସାମଗ୍ରୀ ପ୍ରଦାନ କଲେ ପୋଲିସ କମିଶନର । ପୂଜା ପୂର୍ବରୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବସ୍ତିର ଫୁଟବଲ ପ୍ରତିଭାକୁ ଚିହ୍ନଟ କରି ସ୍ପୋର୍ଟସ ଜୋତା ସହ ଟି ସାର୍ଟ ପ୍ରଦାନ କରିଛନ୍ତି । ଯାହାକୁ ନେଇ ବସ୍ତିରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବସ୍ତି ଚାଲ ଅଭିଯାନ ବେଳେ ପୋଲିସ କମିଶନର ଓ ତାଙ୍କ ଟିମ ଫୁଟବଲ ପ୍ରତିଭାକୁ ଦେଖିଥିଲେ। ଏହି ଯୁବ ଫୁଟବଲ ପ୍ରତିଭା ବସ୍ତିରେ ଫୁଟବଲ ଖେଳୁଥିବା ସମୟରେ ପୋଲିସ କମିସନରଙ୍କ ନଜରରେ ପଡିଥିଲେ। ଫୁଟବଲ ଖେଳିବା ସମୟରେ ସେ ଖାଲିପାଦରେ ଖେଳୁଥିଲେ । ସେହି ଦିନ ଖେଳ ପ୍ରତିଥିବା ତାଙ୍କର ଦୁର୍ବଳତାକୁ ଚିହ୍ନି ପାରିଥିଲେ ପୋଲିସ କମିଶନର । ଆଜି ଦଶହରା ସମୟରେ ସେହି ଛାତ୍ରକୁ ପ୍ରତ୍ସାହନ ଦେବା ପାଇଁ ପୋଲିସ ସେବା ଭବନରେ ସମ୍ମାନିତ କରିବା ସହ ସ୍ପୋର୍ଟସ ସୁ,କ୍ୟାପ ଓ ସ୍ପୋର୍ଟସ ଟି ସାର୍ଟ ଗିଫ୍ଟ କରିଛନ୍ତି ପୋଲିସ କମିସନର ।

ଯୁବ ଫୁଟବଲ ପ୍ରତିଭାକୁ ସ୍ପୋର୍ଟ ସାମଗ୍ରୀ ପ୍ରଦାନ କଲେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ

ଫୁଟବଲ ପ୍ରତିଭା ଜଣକ ହେଉଛନ୍ତି ଏ ନାରାୟଣ । ସେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ତାରିଣି ବସ୍ତିରେ ରହୁଛନ୍ତି କିନ୍ତୁ ତାଙ୍କ ପୈତୃକ ଘର ବ୍ରହ୍ମପୁର ଅଞ୍ଚଳର । ସେ ନହର କଣ୍ଟାରେ ଥିବା ଜୟଦେବ କଲେଜରେ କଳାର ଦ୍ବିତୀୟବର୍ଷ ଛାତ୍ର ଭାଵେ ପାଠ ପଢୁଛନ୍ତି । ଫୁଟବଲ ଖେଳି ଏଵେ ଚର୍ଚ୍ଚାରେ ଆସିଛନ୍ତି । କଲେଜର ଅନେକ ମ୍ୟାଚ ଓ ବସ୍ତିର ଅନେକ ମ୍ୟାଚରେ ଫରଓ୍ବାର୍ଡ ପ୍ଲେୟାର ଭାବେ ଚମତ୍କାର ପ୍ରଦର୍ଶନ କରି ଫୁଟବଲ ପ୍ରେମୀଙ୍କ ମଧ୍ୟରେ ସେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details