ଭୁବନେଶ୍ବର: ସ୍ପ୍ଳିଟ ୱାର୍କସ୍ ନେଇ ଅଭିଯୋଗ ପରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସମର୍ଥନରେ ବାହାରିଲା କଳିଙ୍ଗ ଇଞ୍ଜିନିୟରସ୍ ୱାର୍କସପ୍ ଆସୋସିଏସନ୍। ଆଜି ଏନେଇ କଳିଙ୍ଗ ଇଞ୍ଜିନିୟରିସ୍ ୱାର୍କସପ୍ ଆସୋସିଏସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ସମ୍ପୂର୍ଣ୍ଣ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖାଯାଇଛି।
ସଂଘ କହିଛି, ରାଜ୍ୟରେ ମେକାନିକାଲ୍ କାମରେ ସ୍ପ୍ଳିଟ(ବିଭାଜନ) ହୋଇଥିବା ନେଇ ହୋଇଥିବା ଅଭିଯୋଗ ମିଥ୍ୟା । ଜରୁରୀକାଳୀନ ଭାବେ କାମ ହୁଏ ତାକୁ ପରେ ପୁଣି ଥରେ ଆଡଜଷ୍ଟ କରାଯାଏ। ତେବେ କଳା ତାଲିକାଭୁକ୍ତ ହୋଇଥିବା କିଛି ସଂସ୍ଥା ଓ ଏହାର କର୍ତ୍ତୃପକ୍ଷ ଏପରି ଅଭିଯୋଗ ଆଣିଛନ୍ତି । ଛୋଟିଆ କାମଟେ କଲେ ବିଭିନ୍ନ ସ୍ଥାନରେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ କରି ଶହ ଶହ RTI ଫାଇଲ କରାଯାଉଛି। ଯାହା ଫଳରେ ଆମେ କାମ କରିବା ମଧ୍ୟ ସମ୍ଭବ ହେଉନାହିଁ। ଏମିତିକି ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ଗଣ୍ଡଗୋଳ କରି କିଛି ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।