ଓଡିଶା

odisha

ETV Bharat / city

ସ୍ପାଇସ ଜେଟ୍ ବିମାନର ଜରୁରୀ ଅବତରଣ, ଯାତ୍ରୀ ମୃତ - ଚେନ୍ନାଇ-କୋଲକାତା ସ୍ପାଇସ ଜେଟ୍‌ ବିମାନ

ଚେନ୍ନାଇ-କୋଲକାତା ସ୍ପାଇସ ଜେଟ୍‌ ବିମାନ ଶନିବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନରେ ଥିବା ଯାତ୍ରୀ ଅଶୋକ କୁମାର ଶର୍ମା ଅସୁସ୍ଥତା ଅନୁଭବ କରିବାରୁ ବିମାନକୁ ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 8, 2019, 1:04 PM IST

ଭୁବନେଶ୍ବର: ଏମିତି ବି ଆସେ ମୃତ୍ୟୁ । ବିମାନ ଯାତ୍ରା ସମୟରେ ଅସୁସ୍ଥତା ପରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବିମାନବନ୍ଦରରେ ।

ସୂଚନାନୁସାରେ, ଚେନ୍ନାଇ-କୋଲକାତା ସ୍ପାଇସ ଜେଟ୍‌ ବିମାନ ଶନିବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । SG623D ବିମାନ ଚେନ୍ନାଇ ବିମାନବନ୍ଦରରୁ କୋଲକାତା ସୁବାଶ ଚନ୍ଦ୍ର ବୋଷ ବିମାନବନ୍ଦର ଅଭିମୁଖେ ଉଡାଣ ଭରିଥିଲା । ଏହି ସମୟରେ ବିମାନରେ ଥିବା ଯାତ୍ରୀ ଅଶୋକ କୁମାର ଶର୍ମା ଅସୁସ୍ଥତା ଅନୁଭବ କରିଥିଲେ । ଫଳରେ ବିମାନକୁ ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ନିକଟ ବିମାନବନ୍ଦର ହୋଇଥିବାରୁ ପାଇଲଟ ଦିନ 11.30ରେ ବିମାନକୁ ସେଠାରେ ଅବତରଣ କରାଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details