ଭୁବନେଶ୍ବର: ନୂଆ ପୋଲିସ ମୁଖିଆ ଚୟନକୁ ନେଇ ଚର୍ଚ୍ଚା । ବଦଳିବେ ପୋଲିସ ମୁଖିଆ ରାଜେନ୍ଦ୍ର ପ୍ରସାଦ ଶର୍ମା ! ସେ ଲୋକାୟୁକ୍ତ ସଦସ୍ୟ ହୋଇପାରନ୍ତି । ଏ ନେଇ ଚୟନ କମିଟି ତାଙ୍କ ନାମକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିବା ଚର୍ଚ୍ଚା ହେଉଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ତେବେ ପରବର୍ତ୍ତୀ ପୋଲିସ ମୁଖିଆ କିଏ ହେବେ ସେ ନେଇ ଏକ ନୂତନ ପଦ୍ଧତିରେ ଚୟନ କରାଯିବ । ଏହାସହ ରାଜ୍ୟରେ ପରବର୍ତ୍ତି ମହାନିର୍ଦ୍ଦେଶକ କିଏ ହେବ ସରକାର କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।
ରାଜ୍ୟରେ ପ୍ରଥମ ଥର ପାଇଁ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରଣାଳୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ପ୍ରଣାଳୀ ଅନୁସାରେ କରାଯିବ । ନିୟମାନୁସାରେ, ପୋଲିସ ସେବାରେ ୨୦ ବର୍ଷରୁ ଊର୍ଦ୍ଧ କାର୍ଯ୍ୟ କରିଥିବା ଆଇପିଏସ ଅଧିକାରୀଙ୍କ ନାମ ତାଲିକା ପୋଲିସ ମହାନିର୍ଦ୍ଦେଶକ ପାଇଁ ୟୁପିଏସସିକୁ ପଠାଯିବ । ଏହାପରେ ତିନୋଟି ଆଇପିଏସ ନାମ ୟୁପିଏସସି ଚୟନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ସହ ରାଜ୍ୟ ସରକାର ରାଜ୍ୟ ପୋଲିସ ମୁଖିଆକୁ ଚୟନ କରିବେ ।
ତେବେ ରାଜ୍ୟ ସରକାର 1986 ,1987 ବ୍ୟାଚ ଅଧିକାରୀଙ୍କ ନାମ ତାଲିକା କେନ୍ଦ୍ରକୁ ପଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । 1986 ବ୍ୟାଚର ଆଇପିଏସ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀ କେନ୍ଦ୍ର ଡେପୁଟେସନରେ ଅଛନ୍ତି । ସେମାନେ ହେଲେ ଅଭୟ, ପ୍ରଦୀପ୍ତ କାପୁର, ଓ ରାଜ୍ୟ ଅଗ୍ନିଶମ ଡିଜି ବି କେ ଶର୍ମା, ନାଗେଶ୍ୱର ରାଓ । 1987 ବ୍ୟାଚର ସୁନୀଲ କୁମାର ବଂଶଲ, ସୁନୀଲ ରାୟ, ଏହା ବ୍ୟତୀତ 1988 ବ୍ୟାଚର ଅଫିସର ତଥା ବର୍ତ୍ତମାନର ପୋଲିସ କମିଶନର ସତ୍ୟଜିତ ମହାନ୍ତି ମଧ୍ୟ ଡିଜି ପାହ୍ୟା ପାଇଁ ଯୋଗ୍ୟ ବୋଲି ଚର୍ଚ୍ଚା ଚାଲିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ