ଭୁବନେଶ୍ବର: ଆସନ୍ତା ଜାନୁଆରୀ ପହିଲାରୁ 15 ରୁ 18 ବର୍ଷ ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର(special vaccination center) ଖୋଲାଯିବ । ଯେଉଁଠି ଦିନତମାମ ଟୀକାକରଣ(vaccination ) ଚାଲିବ । ଏହାସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି, ସେଠାରେ ପୂର୍ବାହ୍ନ ସକାଳ 8ରୁ ଦିନ 1 ଟା ପର୍ଯ୍ୟନ୍ତ ପିଲାମାନଙ୍କୁ କେବଳ ଟିକା ଦିଆଯିବ ଏବଂ ଅପରାହ୍ନ ସମୟରେ ଅନ୍ୟମାନଙ୍କୁ ଟିକା ଦିଆଯିବ ।
2007 କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି, ସେମାନେ ଟିକା ନେବାପାଇଁ ଯୋଗ୍ୟ ଆଧାର ନଥିଲେ, ସ୍କୁଲ ଆଇ କାର୍ଡ ଦେଖାଇ ମଧ୍ୟ ଟିକା ପାଇଁ ପଞ୍ଜିକରଣ କରିପାରିବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ (Family Welfare Director Bijay Panigrahi)ସୂଚନା ଦେଇଛନ୍ତି ।