ଭୁବନେଶ୍ବର: ପୂର୍ବତଟ ରେଳପଥରୁ ସ୍ବତନ୍ତ୍ର ଟ୍ରେନ୍ । ରେଳ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଚଳାଚଳ ହେବ । ଏହା ମଧ୍ୟରୁ ଛାଡୁଥିବା ନିମ୍ନଲିଖିତ ଅନୁଯାୟୀ କିଛି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ତେବେ ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି ହୋଇଛି । ଭୁବନେଶ୍ବର ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା 8 ଘ. 25 ମି.ରେ ଛାଡୁଥିବା 02832 ଭୁବନେଶ୍ବର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ 30 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ଫେରିବା ମାର୍ଗରେ ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ 4 ଘଟିକାରେ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ବର ସ୍ପେଶାଲ ଏକ୍ସପ୍ରେସ 31 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ ।
ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଘ. 55 ମି.ରେ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ 26.11.2022 ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ପାଟନା ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1ଘ. 30ମି.ରେ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ 27.11.2022 ପର୍ଯ୍ୟନ୍ତ ଚଳାଚଳ କରିବ ।