ଭୁବନେଶ୍ବର: ଭୁବନେଶ୍ୱରରୁ ଭାରତ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଆସନ୍ତା ଜାନୁଆରୀ 2 ରେ ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ଆରମ୍ଭ । ରାମେଶ୍ୱରମ୍, ମଦୁରାଇ ଏବଂ ତିରୁପତି ମନ୍ଦିର ସହିତ ଦର୍ଶନୀୟ ସ୍ଥାନଗୁଡିକ ଭ୍ରମଣ ପାଇଁ ଭାରତ ଦର୍ଶନ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ଆରମ୍ଭ ହୋଇଛି ।
ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡା ଠାରେ ରହିଛି ବୋଡିଂ ପଏଣ୍ଟ । ସାଧାରଣ ଲୋକଙ୍କ ପାଇଁ ଅତି ସୁଲଭ ମୂଲ୍ୟରେ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନଗୁଡିକ ପରିଦର୍ଶନ କରିବା ନିମନ୍ତେ ଏହା ଅତି ବିରଳ ସୁଯୋଗ । ଭାରତୀୟ ରେଳବାଇ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ତୀର୍ଥସ୍ଥଳ ଆଡକୁ ସୁଲଭ ମୂଲ୍ୟରେ ସର୍ବଭାରତୀୟ 'ଟୁରିଷ୍ଟ ସ୍ପେଶାଲ ଟ୍ରେନ୍' ଚଳାଚଳର ସଫଳତା ପରେ ଦକ୍ଷିଣ ଭାରତକୁ ଅନ୍ୟ ଏକ ପର୍ଯ୍ୟଟନ ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱରରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ |
ଏହି ଅଞ୍ଚଳର ଯାତ୍ରୀମାନେ ଯେଉଁମାନେ ଏହିସବୁ ସ୍ଥାନକୁ ଦର୍ଶନ ପାଇଁ ଯିବାକୁ ନିଶ୍ଚିତ ଟିକେଟ୍ ପାଇପାରୁ ନାହାଁନ୍ତି କିମ୍ବା ଉପରୋକ୍ତ ନିର୍ଦ୍ଦିଷ୍ଟ ଧାର୍ମିକ ଗନ୍ତବ୍ୟ ସ୍ଥାନକୁ ସିଧାସଳଖ ଟ୍ରେନ୍ ନାହିଁ ସେମାନେ ଏହି ଟ୍ରେନ ଦ୍ୱାରା ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍ ଦ୍ୱାରା ଯାଇ ଦର୍ଶନ କରିପାରିବେ । ଟୁରିଷ୍ଟ ପ୍ୟାକେଜ୍ ସିଷ୍ଟମ ସହିତ ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡା ଠାରୁ ଏହି ଅଞ୍ଚଳର ଯାତ୍ରୀମାନେ ଏହି ଟ୍ରେନର ସୁବିଧା ନେଇପାରିବେ ।