ଭୁବନେଶ୍ବର: ଚନ୍ଦକା ଥାନା ଓ ସ୍ପେଶାଲ ସ୍କ୍ବାର୍ଡର ଟିମ ମିଳିତ ଭାବରେ ଏକ ଆନ୍ତଃ ରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ କରିଛି । ଏଥିରେ ୩ ଜଣ ଚୋର ସହ ୩ ଜଣ ଚୋରି ସାମଗ୍ରୀ କିଣୁଥିବା ଦୋକାନୀ ଗିରଫ ହୋଇଛନ୍ତି । ଚୋର ଗ୍ରୁପରେ ବାପ, ପୁଅ ଓ ୨ ଜଣ ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।
ସେମାନଙ୍କ ନିକଟରୁ ୫ଲକ୍ଷ ୮୫ ହଜାର ନଗଦ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟରୁ ୧ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି । ଏହାସହ ୧୪୦ ଗ୍ରାମ ସୁନା , ୧୦୦ ଗ୍ରାମ ରୂପା ଓ ଏକ ଅଟୋ ଜବତ ହୋଇଛି । ଏମାନେ ଗ୍ରୁପ ହୋଇ ଅଟୋରେ ଯାଉଥିଲେ ଏବଂ ସ୍କ୍ରୁ ଡ୍ରାଇଭରରେ ଝରକା ତାଡି ଚୋରି କରୁଥିଲେ । ୧୦ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ଅନ୍ୟ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ।