ଓଡିଶା

odisha

ETV Bharat / city

ହାଟ ବଜାରକୁ ନେଇ ସ୍ୱତନ୍ତ୍ର ଏସଓପି, ଥଇଥାନ ହେବେ ଅସ୍ଥାୟୀ ବିକାଳୀ - SOP

କୋରୋନା ମୁକାବିଲା ଓ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନିଆଯାଉଛି ପଦକ୍ଷେପ । ୟୁନିଟ ୧, ୟୁନିଟ ୪ ଭଳି ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଥିବା ହାଟ ଓ ମାର୍କେଟ ନିକଟରେ ଥିବା ଅସ୍ଥାୟୀ ବିକାଳୀଙ୍କୁ ବ୍ୟବସ୍ଥିତ କରାଯିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ଆହୁରି ପଢନ୍ତୁ...

Special SOP for the market
ହାଟ ବଜାରକୁ ନେଇ ସ୍ୱତନ୍ତ୍ର ଏସଓପି

By

Published : Mar 26, 2020, 9:23 PM IST

ଭୁବନେଶ୍ବର: ହାଟ ଓ ବଜାରରେ ବିକାଳୀ ଓ ସାଧାରଣ ଲୋକଙ୍କ ସମାଗମକୁ ଦେଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ । ଭୁବନେଶ୍ୱରରେ ଥିବା ବିଭିନ୍ନ ହାଟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସ୍ୱତନ୍ତ୍ର ଏସଓପି ।

ହାଟ ବଜାରକୁ ନେଇ ସ୍ୱତନ୍ତ୍ର ଏସଓପି

କୋରୋନା ମୁକାବିଲା ଓ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନିଆଯାଉଛି ପଦକ୍ଷେପ । ୟୁନିଟ ୧, ୟୁନିଟ ୪ ଭଳି ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଥିବା ହାଟ ଓ ମାର୍କେଟ ନିକଟରେ ଥିବା ଅସ୍ଥାୟୀ ବିକାଳୀଙ୍କୁ ବ୍ୟବସ୍ଥିତ କରାଯିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

କୋରୋନା ମୁକାବିଲା ନେଇ ବିଏମସି ପକ୍ଷରୁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି । ୟୁନିଟ ୧ ବଜାର ନିକଟରେ ଆଦିବାସୀ ପଡିଆ ଓ ସ୍କୁଲ ପଡ଼ିଆରେ ଖୋଲିବ ନୂଆ ବଜାର ।

ସେହିଭଳି ଭୁବନେଶ୍ୱରର ଅନ୍ୟାନ୍ୟ ସ୍ଥାନରେ ଥିବା ହାଟ ପାଖରେ ଖାଲି ସ୍ଥାନରେ ଅସ୍ଥାୟୀ ଭାବେ ଥଇଥାନ ହେବେ ବୁଲା ବିକାଳୀ । ଜଳଖିଆ ଦୋକାନ ବନ୍ଦ ହୋଇଯାଇଛି । ବିକାଳୀ ଓ ଲୋକଙ୍କ ସୁବିଧା ପାଇଁ ବିକାଳୀଙ୍କୁ ବିଭିନ୍ନ ଅଞ୍ଚଳରେ ଭ୍ରାମ୍ୟମାଣ ଦୋକାନ ଖୋଲିବା ଉପରେ ମଧ୍ୟ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details