ଓଡିଶା

odisha

By

Published : May 22, 2021, 2:17 PM IST

ETV Bharat / city

ଆସୁଛି ବାତ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ ସରକାର: SRC

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଅଧିକ ପଢନ୍ତୁ...

ବାତ୍ୟାକୁ ନେଇ ରିଲିଫ କମିଶନରଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ଜାରି ରହିଛି ପ୍ରସ୍ତୁତି
ବାତ୍ୟାକୁ ନେଇ ରିଲିଫ କମିଶନରଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ଜାରି ରହିଛି ପ୍ରସ୍ତୁତି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରତିକ୍ରିୟା ରଖିଛନ୍ତି । ଉତ୍ତର ଆଣ୍ଡାମାନ କ୍ଷେତ୍ରରେ ଆଜି(ଶନିବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଅବପାତର ରୂପ ନେଇ 24 ତାରିଖରେ ବାତ୍ୟାରେ ପରିଣତ ହେବାକୁ ଥିବା ବେଳେ ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି ସେ କହିଛନ୍ତି ।

ବାତ୍ୟାକୁ ନେଇ ରିଲିଫ କମିଶନରଙ୍କ ପ୍ରତିକ୍ରିୟା, ମୁକାବିଲା ପାଇଁ ଜାରି ରହିଛି ପ୍ରସ୍ତୁତି

ବାତ୍ୟା ପାଇଁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରାଇ ଅଣାଯାଇଛି । କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସେ ଅନୁରୋଧ କରିଛନ୍ତି । ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଶିଳ୍ପ ବିଭାଗ ଅକ୍ସିଜେନ ଯୋଗାଉ ଥିବା ବିଭିନ୍ନ ସଂସ୍ଥାମାନଙ୍କ ସହ ଆଲୋଚନା କରିଛନ୍ତି, ଯେପରି ଏହି ସମୟରେ ଅସୁବିଧା ନ ହେବ ସେ ନେଇ ଆଲୋଚନା କରିଛନ୍ତି । ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଏହାସହିତ ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି । ବାତ୍ୟା ଆସିବା ପୂର୍ବରୁ ଆଶ୍ରୟସ୍ଥଳୀକୁ ଆସିବା ଲାଗି ସମସ୍ତ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି ।

ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଘର ଛାଡ଼ି ଦେବା ପାଇଁ ରିଲିଫ କମିଶନର କହିଛନ୍ତି । ଆଶ୍ରୟସ୍ଥଳକୁ ଆସିବା ପରେ ରାପିଡ ରେସପନସ ଟିମ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ପରେ ଯଦି କେହି ସଂକ୍ରମିତ ଥିବା ଜଣାପଡିବ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। 17 ଟି NDRF ଟିମ, 20ଟି ଓଡ୍ରାଫ, 150 ଫାୟାର ଟିମ ପ୍ରସ୍ତୁତ ଅଛନ୍ତି । ରବିବାର ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଛି । ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details