ଓଡିଶା

odisha

ETV Bharat / city

ଆସୁଛି ବର୍ଷା, ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର - ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର

ଲଘୁଚାପ ବର୍ଷାକୁ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିକଟକୁ ଚିଠି । ବିଶେଷ କରି ଉପକୂଳ ଓ ଦକ୍ଷିଣ ଜିଲ୍ଲା ଗୁଡିକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି । ମସ୍ୟଜୀବୀଙ୍କୁ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଅଧିକ ପଢନ୍ତୁ...

ଆସୁଛି ବର୍ଷା, ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର
ଆସୁଛି ବର୍ଷା, ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର

By

Published : Oct 19, 2020, 5:47 PM IST

ଭୁବନେଶ୍ବର: ଆସୁଛି ଲଘୁଚାପ । ଲଘୁଚାପ ବର୍ଷାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିକଟକୁ ଚିଠି ଲେଖିଛନ୍ତି । ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆସୁଛି ବର୍ଷା, ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର

ବଙ୍ଗୋପସାଗରେ ସୃଷ୍ଟି ହୋଇଥବା ଲଘୁଚାପ ଆସନ୍ତାକାଲି ଠାରୁ ବିଶେଷ କରି ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 21ରେ ବର୍ଷାର ପ୍ରକୋପ ଆହୁରି ବଢିବ । ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଆସୁଛି ବର୍ଷା, ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର

ବିଶେଷକରି ଉପକୂଳ ଓ ଦକ୍ଷିଣ ଜିଲ୍ଲା ଗୁଡିକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମତ୍ସ୍ୟଜୀବୀଙ୍କୁ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ନେଇ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details