ଭୁବନେଶ୍ବର: କୋଭିଡ଼ ପାଇଁ ପାରୋଲରେ ଅଛନ୍ତି କଏଦୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ମିଳିଛି ଲଙ୍ଗ୍ ଛୁଟି । ୪୫୦ ଦିନିଆ ପାରୋଲରେ ଅଛନ୍ତି ରାଜ୍ୟର ୬୦୮ ଜଣ କଏଦୀ । ଏବେ ପାରୋଲ ସମୟ ସରି ଆସୁଥିବା ବେଳେ ଆଉ ମାତ୍ର ରହିଛି ୩୦ ଦିନର ଅବଧି । ତେବେ କଏଦୀମାନେ ଫେରିବେ କି ନିଖୋଜ ରହିବେ ତାକୁ ନେଇ ଚିନ୍ତା ବଢିଛି ।
ହାତରେ ଆଉ ଅଳ୍ପ ଦିନ ରହିଥିବା ବେଳେ ଏପଟେ କୋଭିଡ଼ ସଂକ୍ରମଣ ପୁଣିଥରେ ବଢିଲାଣି । ହେଲେ କଏଦୀ ଫେରିବେ ନା ନିଖୋଜ ରହିବେ ତାହା ଏବେ ଚିନ୍ତାଜନକ । କାରଣ ଜେଲ ବିଭାଗର ତଥ୍ୟ କହୁଛି କୋଭିଡ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୬୦୮ ଜଣଙ୍କୁ ସ୍ପେଶାଲ ପାରୋଲ ଦିଆଯାଇଛି । ରାଜ୍ୟର ଥିବା ମୋଟ ୮୭ଟି ଜେଲର ସଜ୍ଜା କାଟୁଥିଵା କଏଦୀଙ୍କ ମଧ୍ୟରୁ ୫ଟି ଜୋନରେ ପାରୋଲ ଦିଆଯାଇଛି ।
ଚୌଦ୍ବାର ସର୍କଲର ୧୮୫ଜଣ, ବାରିପଦା ସର୍କଲର ୯୧ଜଣ, ସମ୍ବଲପୁରର ସର୍କଲର ୧୦୫ଜଣ, ବ୍ରହ୍ମପୁରର ସର୍କଲର ୧୬୦ଜଣ, କୋରାପୁଟ ସର୍କଲର ୬୭ ଜଣଙ୍କୁ ଗତ ଜୁନ ସୁଧା ପାରୋଲ ଦିଆଯାଇଥିଲା ବୋଲି କାରାଗାର ନିର୍ଦ୍ଦେଶାଳୟ କହିଛି । "ନିୟମ ଅନୁଯାୟୀ ପରୋଲର ଅବଧି ୩୦ ଦିନ ହୋଇଥିଲେ ମଧ୍ୟ କୋଭିଡ ପାଇଁ ୪୫୦ଦିନିଆ ସ୍ବତନ୍ତ୍ର ପାରୋଲ ଦିଅଯାଇଥିଲା । ପାରୋଲ ପାଇ ସଜ୍ଜା କାଟୁଥିବା କଏଦୀଙ୍କର ଗାଁରୁ ସରପଞ୍ଚ, ସ୍ଥାନୀୟ ଥାନା ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପାରୋଲ ପାଇ ଅନୁମତି ମିଳିଥାଏ ।