ଓଡିଶା

odisha

ETV Bharat / city

ନିଖୋଜ ନାବାଳିକା ପାଇଁ ସ୍ପେଶାଲ ଅପରେସନ: ୧୧୨ ନାବାଳିକା ଠାବ, ୬୧୬ କେସ ଏବେ ବି ରହସ୍ୟ

ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଅପହୃତ ହୋଇଥିବା ୧୧୨ ନାବାଳିକାକୁ ଏଯାବତ୍ ଠାବ କରାଯାଇଛି । ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ...

By

Published : Jul 9, 2021, 9:32 PM IST

ନିଖୋଜ ନାବାଳିକା ପାଇଁ ସ୍ପେଶାଲ ଅପରେସନ; ୧୧୨ ନାବାଳିକା ଠାବ, ୬୧୬ କେସ ଏବେ ବି ରହସ୍ୟ
ନିଖୋଜ ନାବାଳିକା ପାଇଁ ସ୍ପେଶାଲ ଅପରେସନ; ୧୧୨ ନାବାଳିକା ଠାବ, ୬୧୬ କେସ ଏବେ ବି ରହସ୍ୟ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଅପହୃତ ହୋଇଥିବା ନାବାଳିକାଙ୍କୁ ଠାବ କରିବାରେ ସଫଳ ହୋଇଛି ପୋଲିସ । କିଡ଼ନାପିଂ ମ୍ୟାନ ମିସି ସେଲ ଗଠନ କରି ଅପହୃତାଙ୍କୁ ଠାବ କରାଯାଇଛି । ଜୁନ ମାସରେ ଏକ ସ୍ପେଶାଲ ଡ୍ରାଇଭ କରି ଏଯାଵତ୍ ୧୧୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ କେବଳ କିଡ଼ନାପିଂ ମ୍ୟାନ ମିସି ସେଲ ଦ୍ବାରା ୪ଟି କେସ କ୍ଲୋଜ କରିବା ସହ ୪୯ ଜଣଙ୍କୁ ଠାବ କରିଛି ।

ନିଖୋଜ ନାବାଳିକା ପାଇଁ ସ୍ପେଶାଲ ଅପରେସନ; ୧୧୨ ନାବାଳିକା ଠାବ, ୬୧୬ କେସ ଏବେ ବି ରହସ୍ୟ

ସେହିପରି ସମସ୍ତ ପୋଲିସ ଷ୍ଟେସନ ଦ୍ବାରା ମ୍ୟାନ ମିସି ସେଲର ସହାୟତାରେ ୧୦୮ଟି କେସ କ୍ଲୋଜ କରାଯିବା ସହ ୬୩ ଜଣକୁ ଠାବ କରାଯାଇଛି । ମେ ଆଉ ଜୁନ ମାସରେ ଆହୁରି ୧୬ଟି ନିଖୋଜ ଓ ଅପହରଣର ନୂଆ କେସ ମଧ୍ୟ ରେଜିଷ୍ଟର ହୋଇଛି । ଫଳରେ ୨୦୨୧ ଏପ୍ରିଲ ସୁଦ୍ଧା ୭୧୨ ନାବାଳିକା ଅପହରଣ ଓ ନିଖୋଜ କେସ ପେଣ୍ଡିଂ ଥିବାବେଳେ ଜୁନ ମାସର ସ୍ପେଶାଲ ଡ୍ରାଇଭ ଜରିଆରେ ଏଯାବତ୍ ୧୧୨ଟି କେସ କ୍ଲୋଜ ହୋଇଛି । ଫଳରେ ଆହୁରି ୬୧୬ କେସ ଏବେ ବି ରହସ୍ୟମୟ ହୋଇ ପଡିରହିଛି । ଉଭୟ ମ୍ୟାନ ମିସି ସେଲ ଓ ଥାନା ଷ୍ଟାଫର ମିଳିତ ଉଦ୍ୟମରେ ଏହି ମାମଲାର ତଦନ୍ତ ଜାରି ରହିଛି ।

ତେବେ ଅନେକ ସମୟରେ ନାବାଳିକା ଘରୁ ନିଖୋଜ ହୋଇଗଲେ ବା ଅପହରଣ କିମ୍ବା ଶିଶୁ ଚାଲାଣ ହେଲେ ଥାନାରେ ଏନେଇ ଅଭିଯୋଗ କରିଥାନ୍ତି ନାବାଳିକାର ପରିବାର । ଯାହାପରେ ଅପହରଣ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥାଏ । ଏନେଇ ଅନେକ କେସରେ ନାବାଳିକାର କୌଣସି ସୂଚନା ମିଳିନଥାଏ । ଅନେକ କେସରେ ନାବାଳିକାକୁ ଠାବ କରି ଘର ଲୋକଙ୍କୁ ଫେରେଇବାରେ ସଫଳ ହୋଇଥାଏ ପୋଲିସ । ହେଲେ ଯେଉଁ କେସରେ ନାବାଳିକା ନିଜ ଇଚ୍ଛାରେ ଲୁଚି ରହେ, ସେ କେସ ଟ୍ରାକ କରି ହୁଏନି ଏବଂ ତାହା ପଡି ରହିଥାଏ ।

ଇତିମଧ୍ୟରେ କିଛି କେସରେ ମଧ୍ୟ ପ୍ରେମ ବ୍ୟାପାରରେ ଝିଅ ନାବାଳିକାରୁ ସାବାଳିକା ହେବା ପରେ ବିବାହ କରିଦେଇଥାନ୍ତି । ସେଭଳି କେସକୁ କେବଳ ଠାବ କରି ପରିବାର ଲୋକଙ୍କୁ ଜଣାଇବା ସହ କେସ କ୍ଲୋଜ କରାଯାଇଥାଏ । ଅନେକ କ୍ଷେତ୍ରରେ ପିଲାଙ୍କୁ ମାନବ ଚାଲାଣ କରି ଶିଶୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥାଏ ଅଥବା ବିକ୍ରି କରିଦିଅନ୍ତି ଦଲାଲ । ସେଭଳି କେସରେ ଅଭିଯୁକ୍ତକୁ ଗିରଫ କରି ଅପହୃତାକୁ ଉଦ୍ଧାର କରାଯାଏ । ଅନେକ କେସରେ ନାବାଳିକା କିମ୍ବା ଅପହରଣକାରୀର କୌଣସି ପତ୍ତା ମିଳି ନଥାଏ ।

ତେବେ ମାନବ ଚାଲାଣ ସହ ଜଡିତ କେସରେ କେତେଜଣ ଗିରଫ ହୋଇଛନ୍ତି, ସେଭଳି କୌଣସି ତଥ୍ୟ କମିସନରେଟ ପୋଲିସ ପକ୍ଷରୁ ମିଳିନାହିଁ । କେତେ ଜଣ ଅପହରଣକାରୀଙ୍କୁ ଗିରଫ କରାଯାଇଛି ତା'ର ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ । ତେବେ କେବଳ ପୋଲିସ ଦ୍ବାରା ଠାବ କରାଯାଇଥିବା କେସର ତଥ୍ୟ ଦିଆଯାଇଛି । ଏନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।

ଗତ ଜୁନ ୭ ତାରିଖରେ ଏହି ସ୍ପେଶାଲ ସେଲ ଭୁବନେଶ୍ବର ଡିସିପିଙ୍କ ଦ୍ବାରା ଗଠନ କରାଯାଇଥିଲା । କେବଳ ନାବାଳିକା ନିଖୋଜ ମାମଲା ନୁହେଁ, ବିଭିନ୍ନ ଥାନା ଅଞ୍ଚଳରେ ଥିବା ନିଖୋଜ ରିପୋର୍ଟ ଅର୍ଥାତ ଅନ୍ୟାନ୍ୟ ମ୍ୟାନ ମିସିଂ କେସରେ ହଜି ଯାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଟ୍ରାକ କରିବା ମଧ୍ୟ କାମ କରିଥାଏ ଏହି ସ୍ବତନ୍ତ୍ର ସେଲ କରିଥାଏ । ଏହାବ୍ୟତୀତ ଅଜଣା ମୃତଦେହ କେସକୁ ଭେରିଫାଏ କରି ଯଦି ତାହା କୌଣସି ମାମଲା ସହ ଜଡ଼ିତ ଥାଏ ତାକୁ ଚିହ୍ନଟ କରିବା ଆଦି କେସକୁ ଗମ୍ଭୀରତାର ସହ ନେଇ ଏହି ଟିମ୍ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details