ଓଡିଶା

odisha

ETV Bharat / city

ଆଜିଠୁ ସ୍ପେଶାଲ OJEE, ରାଜ୍ୟର 28ଟି ସହରରେ ହେବ ପରୀକ୍ଷା

ଆଜି ଠାରୁ ଆରମ୍ଭ ହେଉଛି ଦ୍ବିତୀୟ ବା ସ୍ପେଶାଲ ଓଜେଇଇ (Odisha Joint Entrance Examination) ପରୀକ୍ଷା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଓଜେଇଇ ପରୀକ୍ଷା କରାଯାଉଛି । ଏନେଇ ସମସ୍ତ ପ୍ରସ୍ତୁତ ସରିଛି । ଏଥିପାଇଁ ରାଜ୍ୟର 28ଟି ସହରରେ 38ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା ।

special ojee to held from september 3
ଆସନ୍ତା କାଲି ଠାରୁ ସ୍ପେଶାଲ ଓଜେଇଇ, ରାଜ୍ୟରେ 28 ଟି ସହରରେ ହେବ ପରୀକ୍ଷା

By

Published : Sep 2, 2022, 4:13 PM IST

Updated : Sep 3, 2022, 9:02 AM IST

ଭୁବନେଶ୍ବର:ଆଜିଠାରୁ ଆରମ୍ଭ ହେଉଛି ଦ୍ବିତୀୟ ବା ସ୍ପେଶାଲ ଓଜେଇଇ (Odisha Joint Entrance Examination) ପରୀକ୍ଷା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଓଜେଇଇ ପରୀକ୍ଷା କରାଯାଉଛି । ଏନେଇ ସମସ୍ତ ପ୍ରସ୍ତୁତ ସରିଛି । ଏଥିପାଇଁ ରାଜ୍ୟର 28ଟି ସହରରେ 38ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା । ଆଜି ଠାରୁ ଆରମ୍ଭ ହୋଇ 4 ଏବଂ 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ 4ଟି ସିଫ୍ଟରେ ହେବ ପରୀକ୍ଷା । ଏମବିଏ, ବି ଟେକ,ବି ଫାର୍ମା ବିଭାଗର ପରୀକ୍ଷା ହେବ । ସକାଳ 9 ରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେବେ 28 ହଜାର 620 ଜଣ ପରୀକ୍ଷାର୍ଥୀ । ଓଜେଇଇ(OJEE) ପରୀକ୍ଷା କମ୍ପୁଟର (CBT) ମାଧ୍ୟମରେ କରାଯିବ । ଏହା ଛଡା ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର କରାଯାଇଛି ।

ଆସନ୍ତା କାଲି ଠାରୁ ସ୍ପେଶାଲ ଓଜେଇଇ, ରାଜ୍ୟରେ 28 ଟି ସହରରେ ହେବ ପରୀକ୍ଷା

ଏହି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କୁ କେତେକ କଥାକୁ ଗୁରୁତ୍ଵ ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ଏନେଇ ସମସ୍ତେ ଓଜେଇଇ ୱେବ ସାଇଟରୁ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି OJEE ୱେବସାଇଟରୁ ନିଜର ଆଡମିଟ୍ କାର୍ଡ(Admit Card) ଡାଉନଲୋଡ୍ କରିପାରିବେ । ଏଥିପାଇଁ ୱେବସାଇଟରେ ଲିଙ୍କ 28 ତାରିଖରୁ ଆକ୍ଟିଭ ହୋଇ ସାରିଛି ।

ବିନା ଆଡମିଟକାର୍ଡରେ ପରୀକ୍ଷା ହଲକୁ ପ୍ରବେଶ କରା ନଯିବା ସହ କୋଭିଡର ଯେଉଁ ଗାଇଡ ଲାଇନ ରହିଛି ତାହାକୁ ପରୀକ୍ଷା ସମୟରେ ପାଳନ କରାଯିବ । ଯେପରିକି ସାମାଜିକ ଦୂରତା, ମାକ୍ସ ଏବଂ ସାନିଟାଇଜ ବ୍ୟବହାର କରିବା ଉପରେ ପିଲାମାନେ ଧ୍ୟାନ ଦେବେ । ପରୀକ୍ଷାର୍ଥୀ ମାନଙ୍କୁ ମାକ୍ସ ପିନ୍ଧି ପରୀକ୍ଷା ହଲକୁ ଯିବାକୁ ବାଧ୍ୟତାମୂଳକ ରହିଛି । ଅନ୍ୟପଟେ ଓଜେଇଇ ପରୀକ୍ଷା ସମୟରେ ଦେଖାଯାଇଥିଲା ପ୍ରାୟ 32 ଜଣ ପିଲା ଡିସକ୍ବାଲିଫାଇ ହୋଇଥିଲେ । କାରଣ ସେମାନେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦେଇନଥିଲେ । କିନ୍ତୁ ଏହି ପରୀକ୍ଷାରେ ପ୍ରଶ୍ନର ଉତ୍ତର ରଖିବା ନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଓଜେଇଇ ୱେବ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । LE-Tech (ଡିପ୍ଲୋମା), LE-Tech (ବି ଏସ ସି), LE-Pharm ଏବଂ Integrated MBA ପ୍ରୋଗ୍ରାମ୍ ପାଇଁ OJEE ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟା 26 ଅଗଷ୍ଟରୁ ପଞ୍ଜୀକରଣ ଏବଂ ପସନ୍ଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥର କାଉନସେଲିଂ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2022, 9:02 AM IST

ABOUT THE AUTHOR

...view details