ଭୁବନେଶ୍ବର: ପ୍ରକାଶ ପାଇଛି ଦ୍ବିତୀୟ ପର୍ଯ୍ୟାୟ ତଥା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ । ଏଥିରେ ବି.ଟେକ, ଡିପ୍ଲୋମା ଲାଟରାଲ ଏଣ୍ଟ୍ରି, ବିଟେକ ବିଏସସି, ଏମବିଏ, ଏମସିଏ, ଲାଟରାଲ ଏଣ୍ଟ୍ରି ଏମସିଏ, ବିଫାର୍ମ, ଏମ ଫାର୍ମ ଛାତ୍ରଛାତ୍ରୀ ଖାଲିଥିବା ସିଟରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ଓଜେଇଇ (ଓଡିଶା ଯୁଗ୍ମ ପ୍ରବେଶିକା ପରିକ୍ଷା) ଫଳ ଗୁରୁବାର ପ୍ରକାଶ ପାଇଛି ।
ମୋଟ ୧୭୭୧୫ ଜଣଙ୍କର ରେଜିଷ୍ଟ୍ରେସନ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୦ଟି ସହରର ୩୧ଟି ସେଣ୍ଟରରେ ୧୪୬୨୭ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪୬୨୨ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ojee.nic.in ଓ odishaje.comରେ ରେଜଲ୍ଟ ଉପଲବ୍ଧ ।