ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମବିଭୂଷଣ ମନୋଜ ଦାସଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସେ ଆଜି ନିଜ ଟ୍ବିଟର ହ୍ୟାଣ୍ଡଲରେ ଏହି ସୂଚନା ଦେବା ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଗତ 2 ମାସରୁ ଉର୍ଦ୍ଧ୍ବ ହେବ ମନୋଜ ଦାସ ଅସୁସ୍ଥ ହୋଇ ପୁଡୁଚେରିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇ ଆସୁଥିବା ବେଳେ ତାଙ୍କ ପାଇଁ ସରକାର ଏକ ଉଚ୍ଚସ୍ତରୀୟ ଡାକ୍ତରି ଦଳ ଗଠନ କରି ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି ହୋଇ ଆସୁଥିଲା । ତେବେ ଆଜି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ପ୍ରଚେଷ୍ଟାରେ ଦିଲ୍ଲୀର ଜବାହାରଲାଲ ଇନଷ୍ଟିଟ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଡୁକେସନ ଆଣ୍ଡ ରିଷର୍ଚ୍ଚ (JIPMER) ର ବିଷେଶଜ୍ଞକୁ ନେଇ ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ଗଠନ କରାଯାଇଛି । ତେବେ ଏହାପାଇଁ ବାଲେଶ୍ବର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନକୁ ଧନ୍ୟବାଦ ଜଣାଇବା ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।