ଭୁବନେଶ୍ବର: ରାତି ପାହିଲେ ପୁଅ ବାହାଘର ପାଇଁ ନିର୍ବନ୍ଧ। ବାହାଘର ପାଇଁ ବି ଚାଲିଛି ପ୍ରସ୍ତୁତି। ତେବେ ନିମନ୍ତ୍ରଣର ନିଆରା ଢଙ୍ଗକୁ ନେଇ ଚର୍ଚ୍ଚା।
କାର୍ଡ ବଦଳରେ ଚାଙ୍ଗୁଡ ସ୍ଥାନ ପାଇଛି। ଚାଙ୍ଗୁଡାରେ ଗୋଟେ ଗଛ ବି ରହିଛି । ଯେଉଁଠିକୁ ଯାଉଛନ୍ତି ଏଭଳି ବାହାଘରରେ ଯୋଗଦେବାକୁ ନିମନ୍ତ୍ରଣ କରୁଛନ୍ତି ବଡଚଣାର ବିଜେଡି ବିଧାୟକ ଅମର ଶତପଥୀ । ଏହାଦ୍ବାରା ପରିବେଶର ସୁରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି।