କଟକ: ରାଜ୍ୟ ଅଗ୍ନିଶମ ବିଭାଗ ଆରମ୍ଭ କରିବ ପିସିଆର୍ ୟୁନିଟ ଭେଇକିଲ୍ । ସଂକୀର୍ଣ୍ଣ ଅଣଓସାରିଆ ଜାଗା ଗୁଡିକରେ ଏହି ଗାଡି ମୁତୟନ ରହିବ । ଏହି ବ୍ୟବସ୍ଥା 24 ଘଣ୍ଟା ଧରି କାର୍ଯ୍ୟକାରୀ ହେବ । ଏହା ଦ୍ବାରା ପ୍ରତିକୂଳ ପରିସ୍ଥିତିରେ ଅଗ୍ନିକାଣ୍ଡ ମୁକାବିଲା ଆହୁରି ଶୀଘ୍ର ହୋଇପାରିବ । ପୋଲିସ ବିଭାଗର ପିସିଆର ଭଳି ଏହା କାମ କରିବ ।
ସଂକୀର୍ଣ୍ଣ ରାସ୍ତା ପାଇଁ ଟ୍ବିନସିଟିରେ ରହିବ ସ୍ୱତନ୍ତ୍ର ଫାୟାର PCR - ଟୁଇନ ସିଟିରେ କ୍ବିକ୍ ରେସପନ୍ସ ୟୁନିଟ୍ ମୂତୟନ
ଟ୍ବିନସିଟିର ସଂକୀର୍ଣ୍ଣ ଅଞ୍ଚଳର ଅଗ୍ନିନିରାପତା ପାଇଁ ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଫାୟାର ପିସିଆର ବା ‘କ୍ବିକ୍ ରେସପନ୍ସ ୟୁନିଟ୍’ ମୁତୟନ ହେବ । ଅଧିକ ପଢନ୍ତୁ
![ସଂକୀର୍ଣ୍ଣ ରାସ୍ତା ପାଇଁ ଟ୍ବିନସିଟିରେ ରହିବ ସ୍ୱତନ୍ତ୍ର ଫାୟାର PCR ସଂକୀର୍ଣ୍ଣ ରାସ୍ତା ପାଇଁ ଟୁଇନସିଟିରେ ରହିବ ସ୍ୱତନ୍ତ୍ର ଫାୟାର ପିସିଆର](https://etvbharatimages.akamaized.net/etvbharat/prod-images/768-512-15815342-thumbnail-3x2-jfh.jpg)
ସଂକୀର୍ଣ୍ଣ ରାସ୍ତା ପାଇଁ ଟୁଇନସିଟିରେ ରହିବ ସ୍ୱତନ୍ତ୍ର ଫାୟାର ପିସିଆର
ପୂର୍ବରୁ ଏହି ବ୍ୟବସ୍ଥା ମୁମ୍ବାଇରେ ଥିବା ବେଳେ ଏବେ ଏହା ଓଡ଼ିଶାରେ ଲାଗୁ ହେବ । କଟକ ଭୁବନେଶ୍ବର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବଡ ଗାଡି ଯାତାୟରେ ଅନେକ ଅସୁବିଧାର ହେଉଛି । ଟ୍ବିନ ସିଟିରେ ଏପରି ବ୍ୟବସ୍ଥା କରାଯାଇଛି । ବିଶେଷ କରି ସନ୍ଧ୍ୟା 6ରୁ 9.30 ସମୟରେ ଏକ ୟୁନିଟ୍ ନିୟୋଜିତ ହେବ। ଏନେଇ ଓଡ଼ିଶା ଅଗ୍ନିଶମ ବିଭାଗ ଖୁବ ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ବିଭାଗ ଏଡିଜି ସନ୍ତୋଷ ଉପାଧ୍ୟାୟ ।
ଇଟିଭି ଭାରତ, କଟକ