ଓଡିଶା

odisha

ETV Bharat / city

ବଜାରରେ ମିଳୁଛି ନକଲି ବିଦେଶୀ ମଦ, ୭ ଦିନରେ ଧରାପଡିଲେଣି ୧୮୮ ବେପାରୀ - ଓଡିଶାରେ ନକଲି ମଦ କାରବାର

ନିଶା କାରବାରର ଉପରେ ଅବକାରୀ ଟିମର ସ୍ପେଶାଲ ଡ୍ରାଇଭ । କଳାବଜାରୀ ଓ ବେଆଇନ ନିଶା ବିକ୍ରି ରୋକିବାକୁ ଧରପଗଡ । ୭ଦିନରେ ଧରାପଡିଲେ ୧୮୮ ଜଣ ନିଶା ବେପାରୀ ଓ ଦଲାଲ । ଅଧିକ ପଢନ୍ତୁ

ବଜାରରେ ମିଳୁଛି ନକଲି ବିଦେଶି ମଦ ! ସ୍ପେଶାଲ ଡ୍ରାଇଭରେ ୭ ଦିନରେ ଧରାପଡିଲେ ୧୮୮ ନିଶା ବେପାରୀ
ବଜାରରେ ମିଳୁଛି ନକଲି ବିଦେଶି ମଦ ! ସ୍ପେଶାଲ ଡ୍ରାଇଭରେ ୭ ଦିନରେ ଧରାପଡିଲେ ୧୮୮ ନିଶା ବେପାରୀ

By

Published : Apr 27, 2022, 8:02 AM IST

ଭୁବନେଶ୍ବର:ରାଜ୍ୟରେ ମିଳୁଛି ନାମଦାମୀ ବ୍ରାଣ୍ତର ନକଲି ବିଦେଶୀ ସହ ଦେଶୀ ମଦ ! ଯାହା ରାଜ୍ୟ ପାଇଁ ଆଣିବାରେ ବଡ଼ ବିପଦ । କାରଣ ନକଲି ବିଦେଶୀ ମଦ ପାଇଁ ଯାଇପାରେ ଜୀବନ । ହୋଇପାରେ ମଦ ମୃତ୍ୟୁ ଜନିତ ଅଘଟଣ । ଏନେଇ ରାଜ୍ୟରେ ଚାଲିଛି ଅବକାରୀ ଟିମର ସ୍ପେଶାଲ ଡ୍ରାଇଭ୍ ।

ବଜାରରେ ମିଳୁଛି ନକଲି ବିଦେଶି ମଦ ! ସ୍ପେଶାଲ ଡ୍ରାଇଭରେ ୭ ଦିନରେ ଧରାପଡିଲେ ୧୮୮ ନିଶା ବେପାରୀ

ନିଶା କାରବାରର ଉପରେ ଅବକାରୀ ଟିମର ସ୍ପେଶାଲ ଡ୍ରାଇଭ । କଳାବଜାରି ଓ ବେଆଇନ ନିଶା ବିକ୍ରି ରୋକିବାକୁ ଧରପଗଡ । ୭ଦିନରେ ଧରାପଡିଲେ ୧୮୮ ଜଣ ନିଶା ବେପାରୀ ଓ ଦଲାଲ । ସାଢେ ଦୁଇ କ୍ବିଣ୍ଟାଲ ଗଞ୍ଜେଇ ସହ ଧରାପଡିଲା ୧ କେଜି ବ୍ରାଉନସୁଗାର । ୧୮୪ଟି କେସରେ ୧୩ଲକ୍ଷ କ୍ୟାସ ସହ ୧୯ଟି ନିଶା ଚାଲାଣରେ ବ୍ୟବହୃତ ଗାଡି । ୭ ଦିନରେ ରାଉଲକେଲା,ସମ୍ବଲପୁର, ଗଞ୍ଜାମ,କଟକ, ଭୁବନେଶ୍ବର ଗୁଇନ୍ଦା ଓ ଅବକାରୀ ଟିମ ସ୍ପେଶାଲ ଡ୍ରାଇଭ ଜରିଆରେ ଧରିଥିବା ସାମଗ୍ରୀର‌ ଦାମ ୨ କୋଟି ୬୭ଲକ୍ଷ ଟଙ୍କା।

ବଜାରରେ ମିଳୁଛି ନକଲି ବିଦେଶି ମଦ ! ସ୍ପେଶାଲ ଡ୍ରାଇଭରେ ୭ ଦିନରେ ଧରାପଡିଲେ ୧୮୮ ନିଶା ବେପାରୀ

ତେବେ ନିଶା ବେପାରୀ ସହ ବ୍ରାଉନସୁଗାର‌ ପେଡଲର ଓ ସପ୍ଲାୟର ଭଳି ନିଶା କାରବାରରେ ନିୟୋଜିତ ବ୍ୟକ୍ତିଙ୍କୁ ଧରିବା ପାଇଁ ଚାଲିଥିଲା ଡ୍ରାଇଭ । ତେବେ ଚଳିତ ଏପ୍ରିଲ ମାସର ରେକର୍ଡ କହୁଛି ୨୯୫୫ଟି କେସରେ ୨୫୨୫ ଜଣ ଗିରଫ ହୋଇଛନ୍ତି । ୪୬୪ ଲିଟର‌ ନକଲି ବିଦେଶୀ ମଦ ସହ ବିପୁଳ‌ ପରିମାଣର ଦେଶୀ ମଦ ଓ ବିଦେଶୀ ମଦ ଜବତ ହୋଇଛି । ଏହା ସହ ଭାଙ୍ଗ ଓ ପୋଚ ସମେତ ସାଢେ ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ସହ ୧ କେଜି ୩ ଗ୍ରାମର‌ ବ୍ରାଉନସୁଗାର‌ ଏଯାବତ ଜବତ ହୋଇଛି । ପାଖାପାଖି ୧୩ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details