ଭୁବନେଶ୍ବର: କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍ଲାଇନ୍ । ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ସେପ୍ଟେମ୍ବର ମାସରେ ଜାରି ହୋଇଥିବା କୋଭିଡ ଗାଇଡ୍ଲାଇନ୍ ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଓ ସିମୀତ କର୍ମକର୍ତ୍ତାଙ୍କୁ ନେଇ କାଳୀ ପୂଜା ଓ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ଅନୁମତି ଦେଇଛି ବିଏମସି ।
ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ଜାରି ହୋଇଛି କଟକଣା । ମାସ ତମାମ ମନ୍ଦିରରେ ଗହଳି କରିବାକୁ ବାରଣ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ନିର୍ଦ୍ଦେଶ ରହିଛି । ବିଏମସି କମିଶନର ସଞ୍ଜୟ କୁମାର ସିଂ ଏହି ଗାଇଡ଼ଲାଇନ ଜାରି କରିଛନ୍ତି । ଏହାସହ ବିଏମସି ପକ୍ଷରୁ ଗାଇଡ୍ଲାଇନ୍ ନେଇ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।